ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବୀସିଂ ପାଟିଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ରାଷ୍ଟ୍ରପତି ଭାବେ ବିଧିବଧ କାର୍ଯ୍ୟ ଆରମ୍ଭ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟରେ ଯୋଗଦେଇ ନିଜର ପ୍ରଥମ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଅବସରରେ ତାଙ୍କୁ ବହୁ ବିଶିଷ୍ଠ ବ୍ୟକ୍ତି ସାକ୍ଷାତ କରିବାକୁ ଆସିଛନ୍ତି। ସେମାନଙ୍କୁ ମଧ୍ୟ ସମୟ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ତେବେ ଆଜିର ଅତିଥି ମଧ୍ୟରେ ଥିଲେ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବୀସିଂ ପାଟିଲ। ସେ ଆଜି ଭାରତର ଦ୍ବିତୀୟ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି ଓ ଦେଶର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତିଭାଙ୍କ ସହ ତାଙ୍କ ଝିଅ ଜ୍ୟୋତି ରାଠୋର ମଧ୍ୟ ଦ୍ରୌପଦୀଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ବେଶ୍ କିଛି ସମୟ ଆଲୋଚନା ମଧ୍ୟ କରିଥିବା ଦେଖିବକୁ ମିଳିଛି। ପ୍ରତିଭା ଦେବୀସିଂ ପାଟିଲ ୨୦୦୭ ମସିହାରୁ ୨୦୧୨ ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି ଥିଲେ।

Related Posts