ରାଷ୍ଟ୍ରପତି ନିର୍ବାଚନ; ଦ୍ଵିତୀୟ ରାଉଣ୍ଡ ଗଣତି ଶେଷ, ଯଶୋବନ୍ତଙ୍କ ଠାରୁ ବହୁ ଆଗରେ ଦ୍ରୌପଦୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ନିର୍ବାଚନ ଭୋଟ୍‌ ଗଣନା ଚାଲିଥିବା ବେଳେ ସାମ୍ନାକୁ ଆସିଛି ୨ୟ ରାଉଣ୍ଡ ରେଜଲ୍ଟ । ଏଥିରେ ବହୁ ଆଗରେ ଅଛନ୍ତି NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ୨ୟ ରାଉଣ୍ଡ ଶେଷ ସୁଦ୍ଧା ଦ୍ରୌପଦୀଙ୍କୁ ୪,୮୩,୨୯୯ ଭୋଟ ମିଳିଛି । ସେହିପରି ୨ୟ ରାଉଣ୍ଡ ଶେଷ ସୁଦ୍ଧା ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୧,୮୯,୮୭୬ ଭୋଟ । ବର୍ତ୍ତମାନ ସୁଦ୍ଧା ସମସ୍ତ ସାଂସଦ ଓ ୧୦ଟି ରାଜ୍ୟର ବିଧାୟକଙ୍କ ଭୋଟ ଗଣତି ଶେଷ ହୋଇଛି ।

ତେବେ ପ୍ରଥ‌ମ ରାଉଣ୍ଡ୍‌ରେ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଜଶୱନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ଭୋଟ୍‌ ମିଳିଥିଲା । ଆଜି ପୂର୍ବାହ୍ନ ୧୧ଟାରେ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ନିର୍ବାଚନ କମିସନ୍‌ଙ୍କ କହିବା ଅନୁସାରେ, ସୋମବାର ଦିନ ଆୟୋଜିତ ଭୋଟ୍‌ ଗ୍ରହଣରେ ସମୁଦାୟ ୯୯%ରୁ ଅଧିକ ଭୋଟର୍‌ ଭୋଟ୍‌ ଦେଇଛନ୍ତି।ଅନ୍ୟପଟେ ଦ୍ରୌପଦୀଙ୍କ ବିଜୟକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଓଡ଼ିଶାବାସୀ ।

ସୂଚନାଯୋଗ୍ୟ ଯେ, ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପକ୍ଷରୁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ମିଳିତ ବିରୋଧୀ ଦଳ ମେଣ୍ଟ ପକ୍ଷରୁ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୋୱନ୍ତ ସିହ୍ନା ପ୍ରାର୍ଥୀ ଅଛନ୍ତି । ତେବେ ଏହି ନିର୍ବାଚନରେ ଦ୍ରୌପଦୀ ଯଶୋୱନ୍ତଙ୍କୁ ବହୁ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

Related Posts