ଆଜି ବାହାରିବ ରାଷ୍ଟ୍ରପତି ନିର୍ବାଚନ ଫଳ, ସେପଟେ ଦ୍ରୌପଦଙ୍କ ବିଜୟ ଉତ୍ସବ ପଳିବାକୁ ରାଇରଙ୍ଗପୁରରେ ପ୍ରସ୍ତୁତ ହେଉଛି ୨୦ ହଜାର ଲଡୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଆଜି ବାହାରିବ ରାଷ୍ଟ୍ରପତି ନିର୍ବାଚନ ଫଳ। ନିଜ ଗାଁ ମାଟିର ଝିଅ ଦେଶର ସର୍ବୋଚ୍ଚ ପଦରେ ବସିବାକୁ ଯାଉଥିବାରୁ ଏନେଇ ଉତ୍ସାହିତ ଅଛନ୍ତି ରାଇରଙ୍ଗପୁରବାସୀ । ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ବିଜୟ ହାସଲ କରିବେ ବୋଲି ଏକ ପ୍ରକାର ସୁନିଶ୍ଚିତ ଅଛନ୍ତି ରାଇରଙ୍ଗପୁର ବାସିନ୍ଦା । ଦ୍ରୌପଦୀଙ୍କୁ ବିଜୟୀ ଘୋଷଣା କରାଯିବ ପରେ ବିଜୟ ଉତ୍ସବ ପାଳିବାକୁ ଗାଁରେ ପ୍ରସ୍ତୁତି ଚାଲିଛି ୨୦ ହଜାର ଲଡ଼ୁ । ରାଇରଙ୍ଗପୁର ଅଞ୍ଚଳବାସୀ ସୁନିଶ୍ଚିତ ଯେ ଏ ମାଟିର ଝିଅ ଓ ବୋହୂ ଦ୍ରୌପଦୀ ମୁର୍ମୁ ହିଁ ବିଜୟୀ ହୋଇ ସର୍ବୋଚ୍ଚ ସାମ୍ବିଧାନିକ ପଦବି ଅଳଙ୍କୃତ କରିବେ ।ଏନେଇ ରାଇରଙ୍ଗପୁରବାସୀଙ୍କ ଖୁସି କହିଲେ ନସରେ । ସ୍ଥାନୀୟ ଲୋକେ ବେଶ ଉତ୍ସାହର ସହ ଏହି ଭୋଟ ଗଣିତିକୁ ଅପେକ୍ଷା କରି ରହିଛନ୍ତି । ବିଜୟ ଉତ୍ସବ ପାଳନ କରିବା ପାଇଁ ହଜାର ହଜାର ଲଡ଼ୁ ପ୍ରସ୍ତୁତ କରାଯାଉଛି । ଓଡ଼ିଶା ମାଟିର ଗର୍ବ ଗୌରବ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଖୁସିରେ ଅଞ୍ଚଳବାସୀ ସମସ୍ତଙ୍କୁ ଲଡୁୁ ଖୁଆଇ ବିଜୟ ଉତ୍ସବ ପାଳନ କରିବେ ବୋଲି କହିଛନ୍ତି ।

Related Posts