କିଏ ହେବେ ଦେଶର ଆଗାମୀ ରାଷ୍ଟ୍ରପତି, ସରିଲା ମତଦାନ, ପଡ଼ିଲା ୯୯ ପ୍ରତିଶତ ଭୋଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କିଏ ହେବେ ଦେଶର ଆଗାମୀ ରାଷ୍ଟ୍ରପତି, ଏଥିପାଇଁ ଗତକାଲି ଦେଶର ସଂସଦ ଓ ବିଧାୟକମାନେ ଭୋଟ୍ ଦେଇଛନ୍ତି । ଭାରତର ୧୫ତମ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ଦୌପଦୀ ମୁର୍ମୁ ଓ ମିଳିତ ବିରୋଧୀ ଦଳ ମାନେ ପୂର୍ବତନ ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ନିଜର ପ୍ରାର୍ଥୀ କରିଛନ୍ତି । ରାଜନୈତିକ ହଲଚଲ ଓ ଆରୋପ-ପ୍ରତ୍ୟାରୋପ ଭିତରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ସମ୍ପୂର୍ଣ୍ଣ ହୋଇଛି ।

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ୪ହଜାର ୮୦୯ ଖଣ୍ଡ ଭୋଟ ମଧ୍ୟରୁ ୪ହଜାର ୭୯୬ ଖଣ୍ଡ ଭୋଟ ବାଲଟ ବାକ୍ସରେ ପଡ଼ିଛି । ଅର୍ଥାତ୍ ନିର୍ବାଚନରେ ୯୯ ପ୍ରତିଶତ ମତଦାନ ହୋଇଛି।ତେବେ ୧୩ ଜଣ ସାଂସଦ ଓ ବିଧାୟକ ମତଦାନ କରିନଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଛତିଶଗଡ଼, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, କେରଳ, କର୍ଣ୍ଣାଟକ, ମଣିପୁର, ସିକ୍ମିମ, ତାମିଲନାଡୁ ଓ ପୁଡୁଚେରୀରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶତପ୍ରତିଶତ ମତଦାନ ହୋଇଛି ।

ଏହି ନିର୍ବାଚନରେ ଦେଶର ସାଂସଦ ମାନେ ସଂସଦ ଭବନ ପରିସରରେ ମତଦାନ କରିଥିବାବେଳେ ବିଧାୟକ ମାନେ ନିଜ ନିଜ ରାଜ୍ୟ ବିଧାନସଭା ଗୁଡିକରେ ନିଜର ଭୋଟ ଦେଇଥିଲେ। କିଛି ସାଂସଦ ଜେଲରେ ଥିବା ବେଳେ କିଛି ଚିକିତ୍ସା ଚିକିତ୍ସା କାରଣ ଦର୍ଶାଇ ଭୋଟ୍ ଦେଇନଥିବା ସୂଚନା ମିଳିଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁୁର୍ମୁ ଓ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ଲଢ଼େଇ ହୋଇଛି । ଆସନ୍ତା ଜୁଲାଇ ୨୧ ତାରିଖରେ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣନା ହେବାକୁ ଥିବାବେଳେ ଜୁଲାଇ ୨୫ ତାରିଖରେ ଦେଶର ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

Related Posts