ଅମରନାଥ ଗୁମ୍ଫା ନିକଟରୁ ଉଦ୍ଧାର କାର୍ଯ୍ୟ ଶେଷ: ଆଉ କେହି ନିଖୋଜ ନଥିବା ଉପରାଜ୍ୟପାଳଙ୍କ ସୂଚନା

ଶ୍ରୀନଗର : ଦକ୍ଷିଣ କାଶ୍ମୀର ଅମରନାଥ ଗୁମ୍ଫା ନିକଟରେ ଗତ ଶୁକ୍ରବାର ଏକ ଅଘଟଣ ଘଟିଥିଲା । ବାଦଲଫଟା ବର୍ଷା ଯୋଗୁଁ ଶ୍ରଦ୍ଧାଳୁଙ୍କ ଯାତାୟାତ ବାଧପ୍ରାପ୍ତ ହେବା ସହ ଏହି ଘଟଣାରେ 15 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ତେବେ ଏହି ଘଟଣାର ୬ ଦିନ ପରେ ରେସକ୍ୟୁ ଅପରେସନ ରୋକି ଦିଆଯାଇଛି । ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଗୁରୁବାର ଘୋଷଣା କରିଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ତେବେ ଘଟଣାରେ କେହି ନିଖୋଜ ନଥିବା ଉପରାଜ୍ୟପାଳ କହିଛନ୍ତି।

ବାଦଲଫଟା ବର୍ଷା ଓ ତତଜନିତ ବନ୍ୟାରେ ଅନେକ ତମ୍ବୁ ଭାସି ଯାଇଥିଲା। ଏଣୁ ବହୁତ ଲୋକେ ନିଖୋଜ ଥିବାର ଅନୁମାନ କରାଯାଉଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରି ଉଦ୍ଧାର ଅଭିଯାନ ହାତକୁ ନିଆଯାଇଥିଲା। ଗତ ୬ ଦିନ ହେଲା ଚଳାଯାଇଥିବା ରେସ୍କ୍ୟୁ ଅଭିଯାନ ଗୁରୁବାର ସମାପ୍ତ ହୋଇଛି। ଘଟଣାରେ ମୋଟ ୧୫ ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ୫୫ ଜଣ ଆହତ ଉଦ୍ଧାର ହୋଇଥିଲେ। ତେବେ ବାକି ନିଖୋଜଙ୍କ ସନ୍ଧାନ ଜାରି ଥିବା ବେଳେ ଘଟଣାରେ ଆଉ କେହି ନିଖୋଜ ନଥିବା ସରକାରୀ ଭାବେ ଘୋଷଣା କରାଯାଇଛି।

ଉପରାଜ୍ୟପାଳ ମନୋଜ ସିହ୍ନା ଘଟଣା ପରେ ହେଲପ୍ ଲାଇନ ନମ୍ବର ଜାରି କରାଯାଇଥିଲା ବୋଲି କହିଛନ୍ତି। ଏହି ନମ୍ବରରେ ଗତ ଦିନରେ ୨୦୦ରୁ ଅଧିକ ଫୋନ କଲ ଆସିଥିବା ବେଳେ ଯେଉଁମାନଙ୍କ ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା ସମସ୍ତଙ୍କ ସୂଚନା ମିଳିଛି ବୋଲି କୁହାଯାଇଛି। ଏଣୁ ଏଥିରେ କେହି ନିଖୋଜ ନଥିବା ସ୍ପଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣାରେ ୫୫ ଜଣ ଆହତ ହୋଇଥିଲେ ବୋଲି ଉପରାଜ୍ୟପାଳ କହିଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୫୩ ଜଣ ହସ୍ପିଟାଲରୁ ଡିଶ୍ଚାର୍ଯ ହୋଇ ଘରକୁ ଫେରିଯାଇଛନ୍ତି। ସେହିପରି ଦୁର୍ଘଟଣାରେ ମୃତକ ୧୫ ଜଣଙ୍କ ମଧ୍ୟରୁ ଚିହ୍ନଟ ୧୪ ଜଣଙ୍କ ଶବ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦିଆଯାଇଛି।

ଏହି ଦୁର୍ଘଟଣାରେ ସମସ୍ତ ମୃତାହତଙ୍କ ଲାଗି ସରକାର ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ଏବେ ଅମରନାଥ ବୋର୍ଡ ଆଉ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

Related Posts