କଂଗ୍ରେସ ନେତା ଅଜୟ କୁମାର ସମଗ୍ର ଆଦିବାସୀ ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି; ନିଜ ବିବୃତ୍ତି ପାଇଁ କ୍ଷମା ମାଗନ୍ତୁ: ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଅଜୟ କୁମାରଙ୍କ “ମନ୍ଦ ଦର୍ଶନ” ମନ୍ତବ୍ୟକୁ ନେଇ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ସେପଟେ କଂଗ୍ରେସ ନେତାଙ୍କ ଏପରି ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ଭାରତୀୟ ଜନତା ପାର୍ଟି । ତେବେ ବିଜେପି ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ ମୁର୍ମୁ ତୃଣମୂଳ ସ୍ତରରୁ ଉଠିଛନ୍ତି ଏବଂ ଅଜୟ କୁମାରଙ୍କ ମନ୍ତବ୍ୟ ତାଙ୍କ ପାଇଁ ଅପମାନ।

ପରିସ୍ଥିତି ବିରୋଧରେ ସଂଘର୍ଷ କରିଥିବା, ତୃଣମୂଳରୁ ନିର୍ବାଚିତ ହୋଇଥିବା, ବିଧାୟକ ଭାବରେ କାର୍ୟ୍ୟ କରିଥିବା, ଶ୍ରେଷ୍ଠ ବିଧାୟକ ପୁରସ୍କାର ଜିତିଥିବା ଏବଂ ତାଙ୍କ ଉପରେ ଦୁର୍ନୀତିର କୌଣସି ଦାଗ ନଥିବା ବ୍ୟକ୍ତିଙ୍କ ବିଷୟରେ ମନ୍ଦ ବିଷୟ କ’ଣ? ଏଥିରେ ମନ୍ଦତା କ’ଣ? ? ବୋଲି ବିଜେପି ମୁଖପାତ୍ର ପୁନାୱାଲା ପ୍ରଶ୍ନ କରିଛନ୍ତି । ଏହା ସହ ଦ୍ରୌପଦୀଙ୍କୁ ଏପରି କହିବା କେବଳ ତାଙ୍କୁ ଅପମାନ ନୁହେଁ ବରଂ ସମଗ୍ର ଆଦିବାସୀ ସମ୍ପ୍ରଦାୟର ଅପମାନ। କଂଗ୍ରେସ ଦଳ ନିଶ୍ଚିତ ଭାବରେ ବୁଝିବାକୁ ପଡ଼ିବ ନଚେତ୍ ସେମାନେ କେବଳ ଦ୍ରୌପଦୀ ମୁର୍ମୁଜୀ ନୁହେଁ ସମଗ୍ର ଆଦିବାସୀ ସମ୍ପ୍ରଦାୟକୁ ଅପମାନିତ କରିଥିବା ବିବୃତ୍ତି ପାଇଁ କ୍ଷମା ମାଗିବାକୁ ପଡିବ ବୋଲି ସେ କହିଛନ୍ତି।

Related Posts