ଖୋର୍ଦ୍ଧା ଗୋଳବାଇ ନିକଟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ: ମୃତଦେହକୁ ଜଗି ରହିଛି ଆଉ ଏକ ହାତୀ

ଖୋର୍ଦ୍ଧା : ରାଜ୍ୟରେ ଗତ କିଛି ଦିନ ହେଲା ଗଜରାଜଙ୍କ ମୃତ୍ୟୁ ଖବର ବେଶ୍ ଚର୍ଚ୍ଚାରେ ରହିଛି । ରାଜ୍ୟରେ ଅସୁରକ୍ଷିତ ଯୋଇପଡ଼ିଛନ୍ତି ଦନ୍ତା । ଏନେଇ ଗୃହରେ ମଧ୍ଯ ତାତି ଦେଖିବାକୁ ମିଳିଥିଲା ।

ତେବେ ଏହାରି ମଧ୍ୟରେ ଖୋର୍ଦ୍ଧା ବନଖଣ୍ଡ ଜଙ୍କିଆ ଗୋଳବାଇ ନିକଟରୁ ଆସିଛି ଏକ ଦନ୍ତା ର ମୃତ୍ୟୁ ଖବର । ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତାର ଜୀବନ ।

ସୂଚନାନୁସାରେ, ଜଙ୍କିଆ ଗୋଳବାଇ ନିକଟରେ ଏକ ଟ୍ରାନ୍ସଫର୍ମର ରହିଛି । ରବିବାର ରାତିରେ ଏକ ଦନ୍ତା ଏହି ଟ୍ରାନ୍ସଫର୍ମରରେ ଲାଗି ପ୍ରାଣ ହରାଇଛି । ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡିଛି । ତେବେ ସବୁଠାରୁ ବଡ କଥା ହେଲା ଯେ, ଦନ୍ତାର ମୃତ୍ୟୁ ପରେ ଆଉ ଏକ ହାତୀ ମୃତଦେହକୁ ଜଗି ରହିଛି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

Related Posts