ଶ୍ରୀଲଙ୍କାରେ ବିକ୍ଷୋଭକାରି ଙ୍କର ରାଷ୍ଟ୍ରପତିଙ୍କ ବାସଭବନକୁ ପଶିବାକୁ ଉଦ୍ୟମ,ବାସଭବନ ରୁ ରାଷ୍ଟ୍ରପତି ଙ୍କ ପଳାୟନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସା ଶନିବାର କଲମ୍ବୋରେ ଥିବା ତାଙ୍କ ସରକାରୀ ବାସଭବନରୁ ପଳାୟନ କରିଛନ୍ତି ବୋଲି ଏକ ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ପାଇଛି। କ୍ରୋଧିତ ଜନତା ବିରୋଧ କରିବାକୁ ଯାଇ ରାଷ୍ଟ୍ରପତି ଭବନକୁ ଅତିକ୍ରମ କରିବା ପାଇଁ ଚାହୁଁଥିଲେ।ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଆମଦାନୀ ପାଇଁ ବିଦେଶୀ ମୁଦ୍ରା ସରିଯିବା ପରେ ଶ୍ରୀଲଙ୍କା ଦୀର୍ଘ ମାସ ଧରି ଖାଦ୍ୟ ଏବଂ ଇନ୍ଧନ ସଙ୍କଟ ସମ୍ମୁଖୀନ ହୋଇଥିଲା। ଏହି ସମସ୍ୟା ପାଇଁ ପ୍ରଦର୍ଶନକାରି ରାଜଧାନୀରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିଲେ। ଏହି ପ୍ରଦର୍ଶନ ରେ ବିରୋଧୀ ଦଳ, ସୂଚନା ଅଧିକାର କର୍ମୀ, ବାର ଆସୋସିଏସନ୍ ମଧ୍ୟ ସାମିଲ ହୋଇଥିଲେ। ପରେ ସେମାନେ ରାଷ୍ଟ୍ରପତି ଙ୍କ ଭବନ ରେ ପଶିବାକୁ ଉଦ୍ୟମ କରିଥିବା ମଧ୍ୟ ଜଣା ପଡ଼ିଛି। ଏହାପରେ ରାଷ୍ଟ୍ରପତି ଙ୍କ ସୁରକ୍ଷା ଦୃଷ୍ଟି ରୁ ସେ ପଳାୟନ କରିଛନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି। ତେବେ ଶ୍ରୀଲଙ୍କା ରେ ବହୁଦିନ ହେଲା ଆର୍ଥିକ ସଙ୍କଟ ଦେଖା ଦେଇଛି ଓ ଏଥିପାଇଁ ସରକାର ଙ୍କୁ ଦାୟୀ କରି ପ୍ରଦର୍ଶନ ମଧ୍ୟ ଜାରି ରହିଛି।

Related Posts