ସମର୍ଥନ ମାଗିବାକୁ ମେଘାଳୟରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମେଘାଳୟ ରେ ସରକାର ରେ ଥିବା ମେଘାଳୟ ଡେମୋକ୍ରାଟିକ୍ ଆଲାଇନ୍ସ (ଏମଡିଏ) ର ବିଧାୟକ ମାନଙ୍କୁ ଭେଟି ସମର୍ଥନ ଲୋଡ଼ିବାକୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବୁଧବାର ଶିଲଂ ଠାରେ ପହଞ୍ଚିଛନ୍ତି । ମୁର୍ମୁ, କେନ୍ଦ୍ର ମନ୍ତ୍ରୀ ସରବାନନ୍ଦ ସୋନୋୱାଲ, କେନ୍ଦ୍ର ମନ୍ତ୍ରୀ ପ୍ରତୀମା ଭୁମିକ ଏବଂ ବିଜେପି ମୁଖପାତ୍ର ସମ୍ବିତ ପତ୍ର ଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଶିଲଂ ବିମାନବନ୍ଦରରେ ଅବତରଣ କରିଥିଲେ।

ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ କେ ସାଙ୍ଗମା, ବିଧାନସଭା ବାଚସ୍ପତି ମେଟବା ଲିଙ୍ଗଡୋ, ବିଜେପି ମନ୍ତ୍ରୀ ସାନବର୍ ଶୁଲାଇ, ବିଜେପି ବିଧାୟକ ଏ ଏଲ୍ ହେକ୍ ଏବଂ ସାଫ୍ରନ୍ ଦଳର ରାଜ୍ୟ ସଭାପତି ଇ ମାୱ୍ରି ସ୍ବାଗତ କରିଥିଲେ। ଏକ ବୈଠକ ଶିଲୋଙ୍ଗର ଏକ ରିସୋର୍ଟରେ ଅନୁଷ୍ଠିତ ହେବ। “ଆମର ମିଳିତ ମଞ୍ଚର ସମସ୍ତ ନେତା ଏହି ରିସର୍ଟରେ ଉପସ୍ଥିତ ଅଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦୀ ମୁର୍ମୁ ଆମର ସାମୂହିକ ସମର୍ଥନ ଲୋଡିବେ” ବୋଲି ମେଘାଳୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

Related Posts