ବେଗାନେ କି ଶାଦି ମେଁ ଅବଦୂଲ୍ଲା ଦିୱାନା…ଦ୍ରୌପଦୀଙ୍କ ପାଇଁ ନବୀନଙ୍କ କସରତ ଦେଖି ବିଜେପି ଅକଲ ଗୁଡୁମ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେପି ଓ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ନବୀନ ବାବୁ ଯେଉଁଭଳି ଅତ୍ୟଧିକ ଆଗ୍ରହ ଦେଖାଉଛନ୍ତି ତାହାକୁ ଦେଖି ବିଜେପି ନେତାଙ୍କ ଅକଳ ଗୁଡ଼ୁମ । ଏହା ମଧ୍ୟରେ ହଠାତ କେହି କିଛି ଟେର ପାଇବା ପୂର୍ବରୁ ସୋସିଆଲ ମିଡିଆରେ ଜଣେ ବିଧାୟକଙ୍କ ସହ ନୀବନ ପଟ୍ଟନାୟକଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହି ଓଡ଼ିଆ ଓ ହିନ୍ଦୀ ମିଶା ଭିଡ଼ିଓରେ ନବୀନ ବାରମ୍ବାର ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବାକୁ କହୁଥିବାର ଦେଖିବାକୁ ମିଳିଥିଲା । ସେପଟେ ଏହାର କିଛି ସମୟ ପରେ ବିଜେଡିର ଦ୍ୱିତୀୟ ସୁପ୍ରିମୋ କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଏକ ଟ୍ୱିଟ ସାମ୍ନାକୁ ଆସିଥିଲା । ଯେଉଁଥିରେ ପ୍ରଣବ ପ୍ରକାଶ ଦାସ କଂଗ୍ରେସର ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ବାସଭବନକୁ ଯାଇ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

ଏହା ସହ ରାଜ୍ୟ କଂଗ୍ରେସର କର୍ମୀମାନଙ୍କୁ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବା ପାଇଁ ଅନୁରୋଧ କରିଥିଲେ । କେବଳ ଏତିକି ନୁହେଁ ବରଂ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ପ୍ରଣବ ପ୍ରକାଶ ଦାସ ଯାଇଥିଲେ । ତାଙ୍କ ସହ ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂହ ମଧ୍ୟ ଥିବାର ଦେଖିବାକୁ ମିଳିଛି ।

ଏହା ପରେ ବବି ଦାସ ପୁଣିଥରେ ଟ୍ୱିଟ କରି ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବା ପାଇଁ କଂଗ୍ରେସ କର୍ମୀମାନଙ୍କୁ ଅନୁରୋଧ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ହେଲେ ଏଇଠି ପ୍ରଶ୍ନ ଉଠୁଛି ପୂର୍ବରୁ ହିଁ ପ୍ରଦେଶ କଂଗ୍ରେସ ସ୍ପଷ୍ଟ କରିସାରିଛି ଯେ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତି ଆମ ନିଷ୍ପତ୍ତି ହେବ । ଅର୍ଥାତ ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ସମର୍ଥନ କରିବୁ । ତଥାପି କାହିଁକି ଦ୍ରୌପଦୀଙ୍କ ପାଇଁ ତତ୍ପର ହୋଇ ଉଠୁଛନ୍ତି ନବୀନ? ଏପରିକି ଦ୍ରୌପଦୀ ମୁର୍ମୁ ବିଜେପିର ନିଜର ପ୍ରାର୍ଥୀ ହୋଇଥିଲେ ମଧ୍ୟ ରାଜ୍ୟ ବିଜେପି ଚୁପ ହୋଇ ବସିଛି । କିନ୍ତୁ ନବୀନ କାହିଁକି ବାରମ୍ବାର ବିରୋଧୀଙ୍କ ସମର୍ଥନ ପାଇଁ ଭିକ୍ଷା ମାଗୁଛନ୍ତି ? ଅନ୍ୟପଟେ ଦ୍ରୌପଦୀ ମୁର୍ମୁ ଏନଡିଏ ପ୍ରାର୍ଥୀ ହୋଇଥିବାରୁ କଂଗ୍ରେସ ତାଙ୍କୁ ସମର୍ଥନ ଦେବାର ଆଶା କମ ।

କାହିଁକିନା କଂଗ୍ରେସ ଏବଂ ବିରୋଧୀ ଦଳମାନଙ୍କର ପ୍ରାର୍ଥୀ ହେଉଛନ୍ତି ଯଶବନ୍ତ ସିହ୍ନା । ଏସବୁ ଜାଣିବା ସତ୍ତ୍ୱେ ମଧ୍ୟ ନବୀନ ଦ୍ରୌପଦୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଏଇଠି ଅନେକଙ୍କ କହିବା କଥା ନବୀନ ବାବୁଙ୍କ ଭଳି ଜଣେ ଚତୁର ରାଜନେତା ଦ୍ରୌପଦୀଙ୍କୁ ମୋହରା କରି ରାଜ୍ୟର ଆଦିବାସୀ ଭୋଟକୁ ହାତେଇବାର ଲକ୍ଷ୍ୟରେ ରହିଛନ୍ତି । ରାଜ୍ୟରେ ୬୨ ପ୍ରତିଶତ ଆଦିବାସୀ । ଅର୍ଥାତ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରେ ଜଣେ ଆଦିବାସୀ ଭୋଟର । ଆଉ ନବୀନ ଏକଥାକୁ ବିଜେପି ବୁଝିବା ପୂର୍ବରୁ ନିଜର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।

ନବୀନ ଏଭଳି ଗୋଟି ଚଳାଇଛନ୍ତି ବିଜେପି ନା କିଛି କହିପାରିବ ନା କରିବପାରିବ । ଏପରିକି ବିଜେପି ପାଟି ଫିଟେଇ ପାରିବ ନାହିଁ । କାହିଁକିନା ନବୀନ ବାବୁ ଦ୍ରୌପଦୀଙ୍କୁ ସମର୍ଥନ ଦେଇ ରାଜ୍ୟରେ ୨୨ ପ୍ରତିଶତ ଆଦିବାସୀ ଭୋଟକୁ ହାତେଇବା ଲକ୍ଷ୍ୟରେ ରହିଛନ୍ତି । ଆଉ ଏଇଠି ବିଜେପିର ନିଜର ପ୍ରାର୍ଥୀ ହୋଇ ମଧ୍ୟ ସେ ଚୁପ ବସିଛି । ବିଜେପି ଭଲ ଭାବରେ ଜାଣିଛି ଯଦି କିଛି ଦଳ ପକ୍ଷରୁ କରାଯାଏ ତାହାଲେ ନବୀନ ବାବୁ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବେ ନାହିଁ । ଏପରି କଲେ ଦ୍ରୌପଦୀ ରାଷ୍ଟ୍ରପତି ହେବା ପ୍ରାୟ ଅସମ୍ଭବ । ଖୁନ୍ଦାରେ ପଡ଼ିଛି ବିଜେପି । ତେଣୁ ଯାହାର ପ୍ରାର୍ଥୀ ସେ ଚୁପ କିନ୍ତୁ ଦ୍ରୌପଦୀଙ୍କ ପାଇଁ ନବୀନଙ୍କ ଆଖିରେ ନିଦ ନାହିଁ ।

ସେପଟେ କଂଗ୍ରେସ କୌଣସି ପ୍ରକାରରେ ଦ୍ରୌପଦୀଙ୍କୁ ସମର୍ଥନ ଦେବ ନାହିଁ ବୋଲି ଜାଣିବା ସୁଦ୍ଧା ବାରମ୍ବାର କଂଗ୍ରେସ ନେତାଙ୍କୁ ଦ୍ରୌପଦୀଙ୍କୁ ସମର୍ଥନ ଦେବା ପାଇଁ କଂଗ୍ରେସକୁ ଅନୁରୋଧ କରୁଛନ୍ତି । ଏପରିକି ନବୀନ ଭଲ ଭାବରେ ଜାଣିଛନ୍ତି ତାଙ୍କ କଥାରେ କଂଗ୍ରେସ ଦ୍ରୌପଦୀଙ୍କୁ ଭୋଟ ଦେବ ନାହିଁ । ହେଲେ ନବୀନଙ୍କ ଚିନ୍ତା ୨୨ ପ୍ରତିଶତ ଆଦିବାସୀ ଭୋଟ । ଦ୍ରୌପଦୀ ହାରୁକି ଜିତୁ ନବୀନଙ୍କର ସେଥିରେ ଫରକ ପଡ଼ିବନି । କାହିଁକିନା ନବୀନ ଏବେ ଠାରୁ ଆଦିବାସୀଙ୍କ ଭୋଟ ହାତେଇବା ଲକ୍ଷ୍ୟରେ ଥିବାବେଳେ ବିଜେପି ଏହାକୁ ବୁଝି ପାରୁ ନାହିଁ । ଅନେକ କହୁଛନ୍ତି ବେଗାନେ କି ଶାଦି ମେଁ ଅବଦୂଲ୍ଲା ଦିୱାନା । ନବୀନ ପାଟି ଫିଟେଇ ପାରିବ ନାହିଁ । ନବୀନ ଅଯଥା ତତ୍ପର ହେଉଛନ୍ତି କିନ୍ତୁ ନବୀନ ବହୁତ ଚାଲାକ । ବିଜେପି ବୁଝିବା ଆଗରୁ ଖେଳ ସଫା କରିଦେବ ।

Related Posts