ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା: ହଷ୍ଟେଲର ୭୫ ଜଣଙ୍କୁ ପଚରାଉଚରା କରିବା ସହ ବୟାନ ରେକର୍ଡ କରିଛି ପୋଲିସ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ଏବେ ବି ସନ୍ଦେହ ଘେରରେ | ରୁଚିକାଙ୍କ ଆତ୍ମହତ୍ୟା ପୂର୍ବର ଚିଠି ପାଇଁ ମଧ୍ୟ ପୋଲିସ ର ହାତ ଖାଲି ରହିଛି | ଅଂଧାରରରେ ବାଡ଼ି ବୁଲାଉଛି ପୋଲିସ | ଦିନକୁ ଦିନ ରହସ୍ୟାବୃତ୍ତ ହେବାରେ ଲାଗିଛି ଏହି ଆତ୍ମହତ୍ୟା ମାମଲା । ଦ୍ୱିତୀୟ ଦିନରେ ୧୨ ଘଣ୍ଟାର ମାରାଥନ ପଚରାଉଚୁରା କରିଛି ପୋଲିସ । ରାତି ୧୦ଟା ପରେ ହଷ୍ଟେଲରୁ ବାହାରିଥିଲା ପୋଲିସ । ହଷ୍ଟେଲର ୭୫ ଜଣଙ୍କୁ ପଚରାଉଚରା କରିବା ସହ ପୋଲିସ ସେମାନଙ୍କ ବୟାନ ରେକର୍ଡ କରିଛି ।

୭୫ ଜଣଙ୍କ ମଧ୍ୟରେ ଅଛନ୍ତି ବ୍ୟାଚମେଟ, ସିନିୟର ଛାତ୍ରୀ, ଜୁନିୟର ଛାତ୍ରୀ । ସେହିପରି ରୁଚିକାଙ୍କ ମୋବାଇଲ ସିଡ଼ିଆର ମାଗିଛି ପୋଲିସ । ଯାହା ସୂଚନା ମିଳିଛି ମଙ୍ଗଳବାର ମଧ୍ୟ ବି ହଷ୍ଟେଲରେ ପୋଲିସ କରିବ ପଚରା ଉଚୁରା କରିବ । ସେପଟେ ଏବେ ବି ତିନି ସିନିୟରଙ୍କ କୌଣସି ସୁରାକ୍ ପାଇନି ପୋଲିସ । ସେପଟେ ନ୍ୟାୟ ଅପେକ୍ଷାରେ ଅନାଇ ବସିଛନ୍ତି ଚୁଚିକାଙ୍କ ପରିବାର । ଗୃହରେ ମଧ୍ୟ ରୁଚିକାଙ୍କ ଆତ୍ମହତ୍ୟା ତାତି ଦେଖିବାକୁ ମିଳିଥିଲା |

Related Posts