ଆସନ୍ତାକାଲିଠୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଆରମ୍ଭ

ଭୁବନେଶ୍ବର: ଆସନ୍ତାକାଲିଠୁ (ସୋମବାର) ଆରମ୍ଭ ହେବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଦେବାକୁ ହୁଏ ପ୍ରବେଶିକା ପରୀକ୍ଷା OJEE । ଚଳିତ ବର୍ଷ ରାଜ୍ୟର 61ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ 58 ହଜାର ଛାତ୍ରଛାତ୍ରୀ । ସମ୍ପୂର୍ଣ୍ଣ କମ୍ପ୍ୟୁଟର ବେସ ମୋଡ଼ରେ ଦିନକୁ 3 ଟି ପର୍ଯ୍ୟାୟରେ ହେବ ପରୀକ୍ଷା । 8 ତାରିଖ ଯାଏଁ ଚାଲିବ ପରୀକ୍ଷା । କୋଭିଡକୁ ଦେଖି ସତର୍କ କରାଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ।

ଆସନ୍ତାକାଲିଠୁ OJEE ପରୀକ୍ଷାସକାଳ 9ରୁ 11 ଟା ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ, 12ଟା 30 ରୁ 2ଟା 30 ପର୍ଯ୍ୟନ୍ତ ଦ୍ବିତୀୟ ସିଫ୍ଟ ଏବଂ ଅପରାହ୍ନ 4ଟାରୁ 6ଟା ଯାଏ ତୃତୀୟ ସିଫ୍ଟରେ ପରୀକ୍ଷା ହେବ । ଜୁଲାଇ 4ରେ 3 ଟି ଯାକ ସିଫ୍ଟରେ ଲାଟେରାଲ୍ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ । ଜୁଲାଇ 5ର 1ମ ଓ 2ୟ ସିଫ୍ଟରେ MCA/M.Sc ପରୀକ୍ଷା ଏବଂ ଜୁଲାଇ 3ୟ ସିଫ୍ଟରେ M.Arch, M.Pharm ପରୀକ୍ଷା କରାଯିବ । ସେହିପରି 6 ତାରିଖରେ ପ୍ରଥମ 2ଟି ସିଫ୍ଟରେ MBA, 2ୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ MBA ପରୀକ୍ଷା କରାଯିବ । 8 ତାରିଖରେ କେବଳ 1 ମ ଓ 2ୟ ସିଫ୍ଟରେ B.pharm ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।ପରୀକ୍ଷା ପାଇଁ ମୋଟ 57 ହଜାର 918 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ସର୍ବାଧିକ ଲାଟେରାଲ ଏଣ୍ଟ୍ରିର ବିଟେକରେ 20 ହଜାର 168 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ବି.ଫାର୍ମା ପାଇଁ 12 ହଜାର 229 ଜଣ, ଏମ୍.ବି.ଏ ପାଇଁ 10 ହଜାର 167 ଜଣ ଆବେଦନ କରିଛନ୍ତି । ରାଜ୍ୟର 30ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ 3ଟି ପରୀକ୍ଷା କେନ୍ଦ୍ର କରାଯାଇଛି । କମ୍ପ୍ୟୁଟର ବେସଡ ପରୀକ୍ଷା ଯୋଗୁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଁଚିବାକୁ ଓଜେଇଇ ପକ୍ଷରୁ ନିର୍ଦ୍ଦେଶ ରହିଛି।

Related Posts