୨୮ରେ ମୁଁ ED ନିକଟରେ ହାଜର ହେବି ନାହିଁ: ସାଂସଦ ସଞ୍ଜୟ ରାୱତ

ମୁମ୍ବାଇ: ଜମି ଦୁର୍ନୀତି ମାମଲାରେ ଜୁନ୍‌ ୨୮ ତାରିଖରେ ED ନିକଟରେ ହାଜର ହେବା ନେଇ ଆସିଥିବା ନୋଟିସ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶିବସେନାର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାୱତ । ମୁଁ 28 ତାରିଖରେ ED ନିକଟରେ ହାଜର ହେବି ନାହିଁ ବୋଲି କହିଛନ୍ତି । ଏଥିସହ ମୁଁ ହାଜର ହେବା ନେଇ କିଛି ସମୟ ମାଗିବି ବୋଲି କହିଛନ୍ତି । ଅଲିବାଗ୍‌ରେ ଏକ ବୈଠକରେ ସେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସେ ଆସନ୍ତାକାଲି ଇଡି ନିକଟରେ ହାଜର ହୋଇପାରିବେ ନାହିଁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

ସଞ୍ଜୟ ରାୱତ କହିଛନ୍ତି ଯେ, “ମୁଁ ଜାଣିଥିଲି ମୋତେ ଇଡି ସମନ୍‌ କରିବ । କିନ୍ତୁ ମୁଁ ଭାଙ୍ଗିବି ନାହିଁ । ବିଦ୍ରୋହୀ ବିଧାୟକ କଣ କରୁଛନ୍ତି ସେଥିରେ କିଛି ଯାଏ ଆସେ ନାହିଁ । କିନ୍ତୁ ମୁଁ କେବେ ଗୌହ୍ବାଟୀ ରାସ୍ତା ଆପଣାଇବି ନାହିଁ । ମୁଁ ସବୁବେଳେ ମୋ ଦଳ ସହ ରହିବି । ମୁଁ ମଙ୍ଗଳବାର ଇଡି ନିକଟରେ ହାଜର ହୋଇପାରିବି ନାହିଁ । ମୁଁ ସମୟ ମାଗିବି । କିନ୍ତୁ ମୁଁ ଇଡି ନିକଟରେ ନିଶ୍ଚୟ ହାଜର ହେବି ।”ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ ଆସନ୍ତାକାଲି (ଜୁନ 28)ରେ ବରିଷ୍ଠ ନେତା ସଞ୍ଜୟ ରାୱତଙ୍କୁ ହାଜର ହେବାକୁ ED(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସମନ୍‌ କରିଥିଲା । ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ସତ୍ୟବ୍ରତ କୁମାର ଏହି ସୂଚନା ଦେଇଛନ୍ତି । ଏହି ମାମଲାରେ ପୂର୍ବରୁ ସଞ୍ଜୟ ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ସମନ ଜାରି କରିସାରିଛି ତଦନ୍ତକାରୀ ସଂସ୍ଥା । ଏହି ମାମଲାରେ ସଂମ୍ପୃକ୍ତି ଅଭିଯୋଗରେ ସଞ୍ଜୟ ରାୱତଙ୍କର କିଛି ସମ୍ପତ୍ତି ମଧ୍ୟ ଜବତ ହୋଇଥିଲା ।

Related Posts