ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁରୀ ରଥର ଉଚ୍ଚତାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଗଜପତି ମହାରାଜଙ୍କ ବୟାନକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ୧୯୮୪ରେ ଆଇନ୍ ବିଭାଗ ଦ୍ୱାରା ହୋଇଥିବା କାର୍ ଫେଷ୍ଟିବାଲ କୋଡ୍ ଅନୁଯାୟୀ ପୁରୀ ରଥର ଉଚ୍ଚତା ହୋଇଛି ସ୍ଥିର । ଏହି ବୈଠକରେ ନିଜେ ଗଜପତି ମହାରାଜ ଅଧ୍ୟକ୍ଷ ରହିଥିଲେ । ସେହି ନିୟମ ଅନୁଯାତ୍ରୀ ପୁରୀ ରଥର ଉଚ୍ଚତା ସ୍ଥିର ହୋଇଛି । ଏଭଳି ଏକ ଛାଟିଆ ପ୍ରସଙ୍ଗରେ ଗଜପତି ମହାରାଜ କାହିଁକି ମତ ଦେଲେ ବୋଲି ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର । ସେ ଆହୁରି ମଧ୍ୟ କହିଛନ୍ତି ଏହାକୁ ବିବାଦ କରିବା ଆଦୌ ଉଚିତ୍ ନୁହେଁ ।
ପୁରୀ ରଥର ମର୍ଯ୍ୟାଦା କେଉଁଠି ବି କ୍ଷୁର୍ଣ୍ଣ ହୋଇନାହିଁ । ପୁରୀର ପରମ୍ପରା ସମ୍ପୂର୍ଣ୍ଣ ଭିନ୍ନ । ପୁରୀ ରଥ ଗିନିଜ୍ ବୁକ୍ ଅଫ୍ ରେକର୍ଡ ଠାରୁ ବହୁ ଉର୍ଦ୍ଧ୍ୱରେ । କେନ୍ଦୁଝରରେ ଅଧିକ ଉଚ୍ଚତାର ରଥ ତାଙ୍କ ପରମ୍ପରା ଅନୁଯାୟୀ କରୁଛନ୍ତି । ଏଥିରେ ଗଜପତି ମହାରାଜ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ଏ ଖବର ସାମ୍ନାକୁ ୍ରଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।