ନବୀନଙ୍କ ହାତରେ ଦ୍ରୌପଦୀଙ୍କ ରାକ୍ଷୀ; ରାଷ୍ଟ୍ରପତି ନିର୍ବାଚନ ସମୟରେ ଭାଇରାଲ ହେବାରେ ଲାଗିଛି ୨୦୦୦ ମସିହାର ଫଟୋ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନବୀନଙ୍କ ହାତରେ ଦ୍ରୌପଦୀଙ୍କ ରାକ୍ଷୀ । ସେପଟେ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ଵକୁ ଖୋଲା ହୃଦୟରେ ସମର୍ଥନ କରିଛି ଶାସକ ବିଜୁ ଜନତା ଦଳ। ଏପରିକି ଦଳ ପ୍ରସ୍ତାବକ ସାଜିବ ବୋଲି କହିଛି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦ୍ରୌପଦୀ ମୁର୍ମୁଙ୍କ ଏକ ପୁରୁଣା ଫଟୋ ସାମ୍ନାକୁ ଆସିଛି। ଏହି ଫଟୋ ହେଉଛି ରକ୍ଷାବନ୍ଧନର। ଫଟୋ ୨୦୦୦ ମସିହାରେ ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଥିଲା। ଅନ୍ୟପଟେ ୨୦୦୦ ମସିହାରେ ପ୍ରଥମ ବିଧାନସଭା ନିର୍ବାଚନ ରାଇରଙ୍ଗପୁରରୁ ଜିତିଥିଲେ ମୁର୍ମୁ। ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ସରକାରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ପରେ ତାଙ୍କୁ ମତ୍ସ୍ୟ ଓ ପଶୁପାଳନ ବିଭାଗ ଦାୟିତ୍ଵ ନ୍ୟସ୍ତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ଏବଂ ଦ୍ରୌପଦୀଙ୍କ ମଧ୍ୟରେ ବହୁତ ଭଲ ସଂପର୍କ ରହିଛି।

ଦ୍ରୌପଦୀ ମୁର୍ମୁ ନବୀନ ପଟ୍ଟନାୟକଙ୍କୁ ସର୍ବଦା ବଡ ଭାଇର ସମ୍ମାନ ଦେଇ ଆସିଛନ୍ତି।ରାଷ୍ଟ୍ରପତି ନିର୍ବାଚନ ସମୟରେ ଦୈନିକ ଇଂରାଜୀ ଖବର କାଗଜ ଇଣ୍ଡିଆ ଟୁଡେରେ ୨୦୦୦ ମସିହାରେ ଏକ ଫଟୋ ପ୍ରକାଶ ପାଇଥିଲା। ସେଥିରେ ମୁର୍ମୁ ନବୀନଙ୍କୁ ରାକ୍ଷୀ ବାନ୍ଧୁଛନ୍ତି। ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ଏହି ଫଟୋ ସଂପ୍ରତି ଭାଇରାଲ୍ ହୋଇଛି। ସୂଚନାଯୋଗ୍ୟ ନବୀନ ବିଜେପିକୁ ପ୍ରସ୍ତାବ ଦେଇଥିଲେ, ଯଦି ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରେ ତେବେ ବିଜେଡି ପୂର୍ଣ୍ଣ ସମର୍ଥନ ଦେବ। ବିଜେପି ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ମାତ୍ରେ ବିଜେଡି ଏହାକୁ ସ୍ଵାଗତ କରିଥିଲା। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳଗୁଡିକ ପକ୍ଷରୁ ପ୍ରାର୍ଥୀ ଘୋଷିତ ଯଶଓ୍ଵନ୍ତ ସିହ୍ନାଙ୍କଠୁ ଢେର ଆଗରେ ରହିଛନ୍ତି ଦ୍ରୌପଦୀ ମୁର୍ମୁ। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି ।

Related Posts