ଆଫଗାନିସ୍ତାନ ଭୂମିକମ୍ପ ମୃତ୍ୟୁ ସଂଖ୍ୟା ୧୦୦୦ରୁ ଅଧିକ

କାବୁଲ: ଆଫଗାନିସ୍ତାନ ଭୟଙ୍କର ଭୂମିକମ୍ପ ମୃତ୍ୟୁ ସଂଖ୍ୟା 1000 ପାର୍ କରିଛି। ବୁଧବାର ପାକିସ୍ତାନ ନିକଟ ବର୍ଡର ଏରିଆରେ ପାହାଡ଼ିଆ ଅଞ୍ଚଳରେ ଶକ୍ତିଶାଳୀ ଭୀମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଯେଉଁଥିରେ ମୃତ୍ୟୁ ସଂଖ୍ୟା 1000 ହୋଇଥିବା ବେଳେ ୬୦୦ ଜଣ ଆହତ ହୋଇଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ପାକିସ୍ତାନ ବର୍ଡରକୁ ଲାଗି ପଶ୍ଚିମ ଆଫଗାନିସ୍ତାନର ଏରିଆର ପାହାଡ଼ିଆ ଅଞ୍ଚଳ ଖୋଷ୍ଟ ଓ ପାକ୍ତିକା ଅଞ୍ଚଳରେ ଏହି ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୧ ରହିଥିଲା। ଘଟଣା ସ୍ଥଳରେ ଉଦ୍ଧାରକାରୀ ଜାରି ରହିଛି। ଏହି ଦୁଇ ଅଞ୍ଚଳରେ ବଡ଼ ବଡ଼ ବିଲ୍‌ଡିଂ ଭାଙ୍ଗିପଡ଼ିଛି। ପଡ଼ୋଶୀ ପାକିସ୍ତାନ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଫଗାନିସ୍ତାନର ପାକ୍ତିକା ଅଞ୍ଚଳରେ ଭୂମିକମ୍ପର ଉତ୍ପତ୍ତି ସ୍ଥଳ ରହିଛି। ଯାହା ଦକ୍ଷିଣପଶ୍ଚିମରେ ଥିବା ସହର ଖୋଷ୍ଟ ଠାରୁ ୫୦ କିମି ଦୂରରେ ରହିଛି। ଏହି ଭୂକମ୍ପରେ ଅନେକ କ୍ଷୟକ୍ଷତି ହୋଇଛି।

ଆଫଗାନିସ୍ତାନ ଜରୁରିକାଳନୀ ଅଧିକାରୀ ଶରାଫୁଦ୍ଦିନ ମୁସ୍ଲିମ ମୃତ୍ୟୁ ସଂଖ୍ୟା ଓ କ୍ଷୟକ୍ଷତି ନେଇ ସୂଚନା ଦେଇଛନ୍ତି।

Related Posts