ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଳେଶ୍ବର ବି.ଡି.ଓ. ଅଶ୍ବିନୀ କୁମାର ଦାସ ଗିରଫ

ଜଳେଶ୍ୱର : ବନ୍ଧା ହେଲେ କୁବେର ବି.ଡି.ଓ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଗିରଫ ଜଳେଶ୍ବର ବି.ଡି.ଓ. ଅଶ୍ବିନୀ କୁମାର ଦାସ ।

ଖବର ଅନୁଯାୟୀ, ଚଢ଼ାଉ ବେଳେ ତାଙ୍କ ପାଖରେ କୋଟି କୋଟି ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ। କଟକ ୪୨ ମୌଜାରେ ୨ ଟି ବିଶାଳ କୋଠା, ଇଟା ଫାକ୍ଟ୍ରି, ସୁନା ଓ ରୂପା ଗହଣା , ନଗଦ ଟଙ୍କା, ଗାଡ଼ି ଆଦି ଏଭଳି ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ବାବୁ ଜୁନିଅର ଆସିଷ୍ଟାଣ୍ଟରୁ ଅତିରିକ୍ତ ତହସଲିଦାର ପରେ ବିଡିଓ ହୋଇଥିଲେ। ବି.ଡି.ଓ. ବାବୁଙ୍କ ସଂପତ୍ତି ଦେଖି ଜଳକା ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ।

ତେବେ ଜଳେଶ୍ବର ବି.ଡି.ଓ. ଅଶ୍ବିନୀ କୁମାର ଦାସଙ୍କୁ ଜଟଣୀ ତହସିଲଦାର ଭାବେ ବଦଳି କରିଥିଲେ ସରକାର। ହେଲେ ତାଙ୍କ ଗିରଫ ପରେ ଏହି ବଦଳିକୁ ବାତିଲ କରିଦିଆଯାଇଛି ।

Related Posts