ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ଶସ୍ତାରେ ଉପଲବ୍ଧ ହେବ ୫-ଜି ସେବା : ବୈଷ୍ଣବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ଶସ୍ତାରେ ଉପଲବ୍ଧ ହେବ ୫-ଜି ସେବା । ଏହା ସହ ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ୫-ଜି ନେଟଓ୍ବାର୍କ ସ୍ଥାପନ କାର‌୍ୟ୍ୟ ଆରମ୍ଭ ହେବ ଓ ବର୍ଷ ଶେଷସୁଦ୍ଧା ଦେଶର ୨୦-୨୫ଟି ସହରରେ ୫-ଜି ସେବା ଆରମ୍ଭ ହେବ ଓ ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ସେପଟେ ଭାରତରେ ଡାଟା ମୂଲ୍ୟ ସମଗ୍ର ବିଶ୍ବରେ ସର୍ବନିମ୍ନ । ବିଶ୍ବରେ ଡାଟା ମୂଲ୍ୟ ହାରାହାରି ୨୫ ଡଲାର ଥିବାବେଳେ ଭାରତରେ ତାହା ମାତ୍ର ୨ ଡଲାର ରହିଛି । ୫-ଜି ସେବା କ୍ଷେତ୍ରରେ ବି ଏହି ଶସ୍ତା ଦର ଲାଗୁ ରହିବ ।

ସେ କହିଛନ୍ତି ଯେ ଭାରତ ସ୍ବଦେଶୀ ଜ୍ଞାନକୌଶଳରେ ୫-ଜି ଟେକନଲୋଜୀ ଓ ଉପକରଣର ବିକାଶ କରିଛି । ଭାରତର ଏହି ଟେକନଲୋଜୀକୁ ବ୍ୟବହାର କରିବାକୁ ବିଶ୍ବର ଅନ୍ୟ କେତେକ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି । ଅନ୍ୟପଟେ ଗତ ୧୫ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଦେଶରେ ୫-ଜି ସ୍ପେକ୍ଟ୍ରମ ନିଲାମକୁ ସବୁଜ ସଂକେତ ଦେଇଥିଲା । ଏହି ସ୍ପେକ୍ଟ୍ରମ୍ ୨୦ ବର୍ଷିଆ ଅବଧି ପାଇଁ ଦିଆଯିବ। ପ୍ରାଇଭେଟ୍ କ୍ୟାପ୍ଟିଭ୍ ନେଟ୍ୱର୍କ ପାଇଁ ମଧ୍ୟ ସ୍ପେକ୍ଟ୍ରମ୍ ନିଲାମ କରାଯିବ।

Related Posts