ସୁପ୍ରିମକୋର୍ଟ ବିଚାରପତି ଏମଆର୍ ଶାହ ହୃଦଘାତର ଶିକାର; ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ଅଣାଯାଉଛି ଦିଲ୍ଲୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟ ବିଚାରପତି ଏମଆର୍ ଶାହ ହୃଦଘାତର ଶିକାର । ସେପଟେ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ତାଙ୍କୁ ଦିଲ୍ଲୀ ଅଣାଯାଉଥିବାର ସୂଚନା ମିଳିଛି । ଖବର ସରବରାହ ସଂସ୍ଥା ଏନ୍ଆଇକୁ ପ୍ରତିକ୍ରିୟା ଦେଇ ଜଷ୍ଟିସ୍ ଶାହ କହିଛନ୍ତି “ଚିନ୍ତା କରିବାର କୌଣସି କାରଣ ନାହିଁ। ମୁଁ ଠିକ୍ ଅଛି। ଖୁବ୍ ଶୀଘ୍ର ମୁଁ ଦିଲ୍ଲୀ ପହଞ୍ଚିଯିବି। ଏବଂ ବୋଧ୍ହୁଏ ଆସନ୍ତାକାଲି ସୁଧା ମୁଁ ଠିକ୍ ହୋଇଯାଇଥିବି।” ବିଚାରପତିଙ୍କ ହୃଦ୍ଘାତ ନେଇ ତାଙ୍କ ବ୍ୟାକ୍ତିଗତ ସଚିବ ଏଏନ୍ଆଇକୁ ସୂଚନା ଦେଇଥିଲେ।

ଏହାପରୁ ସୁପ୍ରିମକୋର୍ଟ ପକ୍ଷରୁ ଗୃହମନ୍ତ୍ରାଳୟ ସହ ଯୋଗାଯୋଗ କରି ଏୟାର ଆମ୍ବୁଲାନ୍ସ ଯୋଗେ ବିଚାରପତିଙ୍କୁ ଦିଲ୍ଲୀ ଅଣାଯାଇଥିଲା। ଜଷ୍ଟିସ ଶାହା ହେଉଛନ୍ତି ପାଟନା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି। ସେ ଗୁଜୁରାଟ ହାଇକୋର୍ଟର ପୂର୍ବତନ ବିଚାରପତି ମଧ୍ୟ ଅଟନ୍ତି। ସେ ଆସନ୍ତା ମେ ୧୫,୨୦୨୩ରେ ଅବସର ଗ୍ରହଣ କରିଥାନ୍ତେ। ଗତ ନଭେମ୍ବର ୨, ୨୦୧୮ରେ ତାଙ୍କୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍କୋର୍ଟର ବିଚାରପତି ଭାବରେ ପଦୋନ୍ନତି ଦିଆ ଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts