ପୂର୍ବତନ ବିଜେପି ନେତ୍ରୀ ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୋଧରେ କୁଏତରେ ବିକ୍ଷୋଭ ପ୍ରଦର୍ଶନ: ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସରକାର

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ସମ୍ପର୍କିତ ବିବାଦୀୟ ମନ୍ତବ୍ୟକୁ ନେଇ ହିଂସା ଓ ପ୍ରତିବାଦର ସ୍ୱର ଉଠିଥିବା ବେଳେ, ଏହାର ପ୍ରଭାବ କୁଏତର ଫାରାହିଲ ସିଟିରେ ମଧ୍ୟ ଦେଖିବାକୁ ମିଳିଛି । ପୂର୍ବତନ ବିଜେପି ନେତ୍ରୀ ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୋଧରେ କୁଏତରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ତେବେ କୁଏତ ସରକାର ଏହି ବିକ୍ଷୋଭରେ ସାମିଲ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେମାନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି । ଏହା ସହ ସେମାନଙ୍କୁ ସେମାନଙ୍କ ଦେଶକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ସରକାର କହିଛନ୍ତି ଏଠାରେ ଥିବା ସମସ୍ତ ଭାରତୀୟ ଆଇନକୁ ସମ୍ମାନ ଦେବାକୁ ହେବ ।

ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଦର୍ଶନରେ ସାମିଲ ଥିବା ସମସ୍ତଙ୍କୁ କୁଏତରୁ ବିତାଡିତ କରାଯିବ । କାରଣ ସେମାନେ ଦେଶର ନିୟମ ଉଲ୍ଲଂଘନ କରିଛନ୍ତି । କ୍ବଏତର ନିୟମ ଅନୁଯାୟୀ, ଦେଶରେ ପ୍ରବାସୀମାନଙ୍କ ଦ୍ବାରା ପ୍ରଦର୍ଶନରେ ଅଂଶଗ୍ରହଣ କରିବା କିମ୍ବା ଆୟୋଜନ କରିବା ବେଆଇନ ଅଟେ । ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ କୁଏତର ସରକାରୀ କର୍ମଚାରୀମାନେ ପ୍ରବାସୀମାନଙ୍କୁ ଗିରଫ କରିବା ପ୍ରକ୍ରିୟା ଶେଷ କରିଛନ୍ତି। ସମସ୍ତ ପ୍ରବାସୀଙ୍କୁ କୁଏତରୁ ପୁନଃପ୍ରବେଶ ଉପରେ ମଧ୍ୟ କଟକଣା ଲାଗିଛି । ଏଠାରେ ଥିବା ସମସ୍ତ ଦେଶବାସୀ କୁଏତର ନିୟମକୁ ସମ୍ମାନ ଦେବା ଉଚିତ ବୋଲି କହିଛନ୍ତି କୁଏତ ସରକାର ।

ପ୍ରକାଶ ଥାଉ କି, ଇସାଲମୀୟ ମହାପୁରଷ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ଅଡୁଆରେ ପଡିଛନ୍ତି ନୂପୁର ଶର୍ମା ।

Related Posts