ବର୍ଷା ଅନୁଭବ ବିବାଦ ମାମଲା: ଅନୁଭବଙ୍କ ନାଁରେ ପୁଣି ଏକ ମାମଲା ରୁଜୁ କଲେ ପତ୍ନୀ ବର୍ଷା

କଟକ: ପୁଣି ଚର୍ଚ୍ଚାରେ ବର୍ଷା ଅନୁଭବ ବିବାଦ ମାମଲା । ଅନୁଭବଙ୍କ ନାଁ ପୁଣି ଏକ ମାମଲା ରୁଜୁ କଲେ ପତ୍ନୀ ବର୍ଷା । ଅନୁଭବ ମହାନ୍ତିଙ୍କ ବିରୋଧରେ କଂପ୍ଲେନ୍ କେସ୍ ରୁଜୁ କଲେ ବର୍ଷା ପ୍ରିୟଦର୍ଶିନୀ । କଟକ ସଦର ଏଡିଜେଏମ୍ କୋର୍ଟରେ କଂପ୍ଲେନ୍ କେସ୍ ରୁଜୁ କରିଛନ୍ତି ବର୍ଷା । ଅନୁଭବଙ୍କ ବିରୋଧରେ ଆଇପିସିର ଦଫା ୫୦୬, ୫୦୯, ୫୦୧ ଓ ଆଇଟି ଆକ୍ଟର ଧାରା ୬୭ରେ ଅଭିଯୋଗ ନେଇ କଂପ୍ଲେନ୍ କେସ୍ ରୁଜୁ କରିଛନ୍ତି । ବର୍ଷା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସୋସିଆଲ ମିଡିଆରେ ଅନୁଭବଙ୍କ ବିଭିନ୍ନ ପୋଷ୍ଟ ତାଙ୍କ ସମ୍ମାନହାନୀ କରିଛି ।

ସାମାଜିକ ଗଣମାଧ୍ୟମରେ ଅନୁଭବ ବିଭିନ୍ନ ପୋଷ୍ଟ ଜରିଆରେ ଏପରି କରୁଥିବା ଉଲ୍ଲେଖ କରିଛନ୍ତି ବର୍ଷା । ଏହା ଅଶାଳୀନ ତଥା ଅପମାନଜନକ । ଜଣେ ନାରୀ ଭାବେ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ଚିବା ତାଙ୍କର ଅଧିକାର ହୋଇଥିବା ବେଳେ ବ୍ୟକ୍ତିଗତ ଜୀବନ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ନାନା କଥା ସୋସିଆଲ ମିଡିଆରେ କୁହାଯାଉଛି । ଏପରି କାର୍ଯ୍ୟ ଆଇପିସି ଓ ଆଇଟି ଆକ୍ଟ ଅନୁସାରେ ଦଣ୍ଡନୀୟ ବୋଲି ବର୍ଷା ଦର୍ଶାଇଛନ୍ତି । ଏଥି ସହିତ ଧମକପୂର୍ଣ୍ଣ ପୋଷ୍ଟ ପ୍ରସଙ୍ଗରେ ମଧ୍ୟ ବର୍ଷା କଂପ୍ଲେନ୍ କେସରେ ଲେଖିଛନ୍ତି ।

ପ୍ରକାଶଥାଉ କି, ପୂର୍ବରୁ କୋର୍ଟ ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ତାଙ୍କୁ ଦୁଇ ମାସର ମହଲତ ମିଳିଛି ।

Related Posts