ଓଲା ଇଲେକ୍ଟ୍ରିକ୍ ସ୍କୁଟରରେ ୧୩,୦୦୦ଫୁଟ ଉପରକୁ ଯିବେ ୧୨ଜଣ ଯବାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଲା ଇଲେକ୍ଟ୍ରିକ୍ ସ୍କୁଟରରେ ୧୩,୦୦୦ଫୁଟ ଉପରକୁ ଯିବେ ୧୨ଜଣ ଯବାନ । କିଛି ଦିନ ତଳେ ଓଲା ନିଜର ଇଲେକ୍ଟ୍ରିକ୍ ସ୍କୁଟରକୁ ନେଇ ବିବାଦୀୟ ହୋଇପଡ଼ିଥିବା ବେଳେ ଏବେ ନିଜର ଛବି ସୁଧାରିବା ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛି ଓଲା। ଭାରତୀୟ ସେନା ସହିତ ମିଳିତ ଭାବେ ଓଲା ଇଲେକ୍ଟ୍ରିକ୍ ଏକ ଇଲେକ୍ଟ୍ରିକ୍ ସ୍କୁଟର ରାଲି ଆରମ୍ଭ କରିଛି। ଏହି ୫ଦିନିଆ ଯାତ୍ରା ହିମାଚଳ ପ୍ରଦେଶର କସୌଲିରୁ ଆରମ୍ଭ ହୋଇଛି।

ଏହି ରାଲିରେ ସୂର୍ୟ୍ୟ କମାଣ୍ଡର ୧୨ଜଣ ଯବାନ ସାମିଲ ହୋଇଥିବା ବେଳେ ୫ଦିନ ମଧ୍ୟରେ ସେମାନେ ଭାରତ-ଚୀନ୍ ସୀମାରେ ଥିବା ସିପ୍କି-ଲାରେ ପହଞ୍ଚିବେ। ସିପ୍କି-ଲା ସମୁଦ୍ର ପତ୍ତନଠାରୁ ପ୍ରାୟ ୧୩,୦୦୦ ଫୁଟ ଉଚ୍ଚରେ ରହିଛି। ଏହି ରାଲିର ମୁଖ୍ୟ ରହିବେ କ୍ୟାପଟେନ ବି ରାଣା। ଏହି ରାଲିର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ବୈଦ୍ୟୁତିକ ସ୍କୁଟରର ଉପଯୋଗିତାକୁ ଏକ ଉତ୍ତମ ଉପାୟରେ କହିବା। ତେବେ ଇଲେକ୍ଟ୍ରିକ୍ ସ୍କୁଟର ଦ୍ୱାରା ଏଭଳି ରାଲି ହେବା ପ୍ରଥମ। ଏହା ପୂର୍ବରୁ ଇଲେକ୍ଟ୍ରିକ୍ ସ୍କୁଟର ସହ କେହି ଏତେ କିଲୋମିଟର ଯାତ୍ରା କରିନଥିଲେ।

Related Posts