ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ଦେଲା ମହାରାଷ୍ଟ୍ରଦାୟିତ୍ୱ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ଦେଲା ମହାରାଷ୍ଟ୍ର ଦାୟିତ୍ୱ । ୪ ରାଜ୍ୟ ପାଇଁ ବିଜେପି ପକ୍ଷରୁ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ଏହିକ୍ରମରେ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରିଛି। ଏଠାରେ ବିଜେପି ସରାକାର କ୍ଷମତାରେ ନାହିଁ। ତଥାପି ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତାଙ୍କୁ ବିଜେପି ମହାରାଷ୍ଟ୍ରରୁ ବିଜେପି ରାଜ୍ୟସଭାକୁ ପଠାଇବ ବୋଲି ଘୋଷଣା କରିଛି। ଏପରି ସ୍ଥିତିରେ ଅଙ୍କ ଯେମିତି ନ ବିଗିଡ଼ିବ, ତା’ ଉପରେ ଶ୍ରୀ ବୈଷ୍ଣବ କାମ କରିବେ। ସେହିପରି ସେ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରି ରାଜ୍ୟସଭା ନିର୍ବାଚନକୁ ସୁରୁଖୁରରେ ତୁଲାଇ ପାରିବେ ବୋଲି ବିଜେପି ଆଶା ରଖିଛି। ବୈଷ୍ଣବଙ୍କ ବ୍ୟତୀତ ରାଜସ୍ଥାନ ପାଇଁ ବିଜେପି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରିଛି।

ଏହି ଦୁଇ ରାଜ୍ୟରେ ଜବରଦସ୍ତ ଲଢ଼େଇ ହେବାର ସମ୍ଭାବନା ଥିବାରୁ ବିଜେପି ଏପରି ପଦକ୍ଷେପ ନେଇଛି। ସେହିପରି ହରିଆଣା ରାଜ୍ୟସଭା ନିର୍ବାଚନର ପ୍ରଭାରୀ ଭାବେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ କର୍ଣ୍ଣାଟକା ରାଜ୍ୟସଭା ନିର୍ବାଚନର ପ୍ରଭାରୀ ଭାବେ ବିଜେପି କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କୁ ଦାୟିତ୍ୱ ଦେଇଛି। ଜୁନ ଓ ଅଗଷ୍ଟ ମାସରେ ଖାଲି ହେବାକୁ ଥିବା ୧୫ଟି ରାଜ୍ୟର ମୋଟ ୫୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ବିଜେପି ୨୨ ଜଣ ନେତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ରାଜସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ରା ଓ ହରିଆଣାରେ କାର୍ତ୍ତିକେୟ ଶାର୍ମାଙ୍କୁ ସମର୍ଥନ କରିବ। ଉତ୍ତର ପ୍ରଦେଶରୁ ଦଳ ୮ ଜଣ, ମହାରାଷ୍ଟ୍ରରୁ ୩ ଜଣ, କର୍ଣ୍ଣାଟକାରୁ ୩ ଜଣ, ବିହାରରୁ ୨ ଜଣ, ମଧ୍ୟପ୍ରଦେଶରୁ ୨ ଜଣ, ରାଜସ୍ଥାନ, ଉତ୍ତରାଖଣ୍ଡ, ହରିଆଣା ଓ ଝାରଖଣ୍ଡରୁ ଜଣେ ଲେଖାଏ ପ୍ରାର୍ଥୀ ଘୋଷଣା କରିଛି।

Related Posts