ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ବୈଷୟିକ ତ୍ରୁଟି ଦର୍ଶାଇ ଶୁଣାଣି କଲେନି ଖଣ୍ଡପୀଠ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ହାଇକୋର୍ଟ ଗତ ୯ ତାରିଖରେ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଏକାଧିକ ଆବେଦନ ଉପରେ ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିଲା । ହେଲେ ଏହି ମାମଲାରେ ଟେକ୍ନିକାଲ ଡିଫିକଲ୍ଟି ଥିବା ଦର୍ଶାଇ ଜଷ୍ଟିସ ବି.ଆର.ଗଭାଇ ଏବଂ ହିମ କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନଗୁଡ଼ିକର ଶୁଣାଣି କରିପାରି ନାହାନ୍ତି । ଏହି ଆବେଦନଗୁଡ଼ିକର ଶୁଣାଣି ପ୍ରଧାନ ବିଚାରପତିଙ୍କ ପରିସର ଭୁକ୍ତ ହୋଇଥିବାରୁ ତାଙ୍କ ବିନା ଅନୁମତିରେ ଶୁଣାଣି ଆମେ ଶୁଣାଣି କରିପାରିବୁ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ହାଇକୋର୍ଟଙ୍କ ରାୟ ବିରୋଧରେ ଗତ ୨୩ ତାରିଖରେ ଅର୍ଦ୍ଧେନ୍ଦୁ ଦାସ ଏବଂ ୨୭ ତାରିଖରେ ସୁମନ୍ତ ଘଡ଼େଇ ସୁପ୍ରିମକୋର୍ଟରେ ୨ଟି ପୃଥକ ସ୍ପେଶାଲ ଲିଭ ପିଟିଶନ ଆବେଦନ କରିଥିଲେ । ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ସର୍ତ୍ତେ ମଙ୍ଗଳବାର ମାମଲଶର ଶୁଣାଣି ପାଇଁ ଲିଷ୍ଟିଂ ବା ତାଲିକାଭୁକ୍ତ କରାଯାଇ ନାହିଁ । ତେଣୁ ଆବେଦନ ଗୁଡ଼ିକର ତ୍ୱରିତ ଶୁଣାଣି ନିମନ୍ତେ ଆବେଦନକାରୀ ଘଡେଇଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ ଏବଂ ଦାସଙ୍କ ପକ୍ଷରୁ ଆଇନଜୀବୀ ନଚିକୋତା ଜୋଷୀ ମଙ୍ଗଳବାର ଖଣ୍ଡପୀଠଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଅଦାଲତଙ୍କ ରାୟ ବିରୋଧରେ କାର୍ଯ୍ୟ ଜାରି ରହିଥିବା ପାଭାନୀ ଦର୍ଶାଇଥିଲେ ।

ହେଲେ ଆମେ ରେଜିଷ୍ଟ୍ରାରଙ୍କ ନିୟନ୍ତ୍ରଣରେ ରହି କାର୍ଯ୍ୟ କରୁଛି । ଆମ ହାତ ବନ୍ଧା ବୋଲି ଦଶର୍କାଇ ଖଣ୍ଡପୀଠ ଶୁଣାଣି କରିବାରୁ ବିରତ ରହିଥିଲେ । ସୋମବାର ଆଇନଜୀବୀ ପାଭାନୀ ଏବଂ ଜୋଷୀ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ବିଚାରପତି ଗଭାଇ ଏବଂ କୋଲିଙ୍କ ଖଣ୍ଡପୀଠରେ ନିବେଦନ କରିଥିଲେ । ଓଡ଼ିଶା ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି କି ନାହିଁ ଖଣ୍ଡପୀଠ ଆବେଦନକାରୀଙ୍କୁ ପଚାରିଥିଲେ । ହାଇକୋର୍ଟଙ୍କ ମେ’ ୯ ଆଦେଶ ବିରୋଧରେ ଉକ୍ତ ଦୁଇଟି ପିଟିଶନ ଦାଏର କରାଯାଇଥିବା ଆବେଦନକାରୀ ଦର୍ଶାଇଥିଲେ । ଏହା ପରେ ଏହାର ଶୁଣାଣି ମଙ୍ଗଳବାରକୁ ଧାର୍ଯ୍ୟ ହୋଇଥିଲା । ହେଲେ ଏବେ ଏହାକୁ ଟେକ୍ନିକାଲ ଡିଫିକଲ୍ଟି ଦର୍ଶାଇ ଶୁଣାଣି କରଯାଇ ନାହିଁ । ସେପଟେ ଗତ ୯ ତାରିଖରେ ହାଇକୋର୍ଟ ଶ୍ରୀମନ୍ଦିର ଚାରିପାଖେ ହେଉଥିବା ନିର୍ମାଣକୁ ସ୍ଥଗିତ କରିବା ନେଇ ନିର୍ଦ୍ଦେଶ ଦେବାକୁ ମନା କରିଦେଇଥିଲେ । ପୁରୀ ଐତିହ୍ୟ ପ୍ରକଳ୍ପ ଦ୍ୱାରା ଶ୍ରୀମନ୍ଦିରର କ୍ଷତି ହେବା ଆଶଙ୍କା କରି ଏବଂ ଏନେଇ କୌଣସି ଅନୁମତି ଦିଆଯାଇ ନଥିବା ଦର୍ଶାଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର କରାଯାଇଥିଲା ।

Related Posts