ପ୍ରତ୍ୟେକ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍

ଭୁବନେଶ୍ୱର: ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ଏକ କଡା ନିର୍ଦେଶନାମା ଜାରି କରାଯାଇଛି | ଏଣିକି ପ୍ରତ୍ୟେକ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ । ତେବେ ଏହି ନିୟମ ଉଭୟ ପୁରୁଣା ଓ ନୂଆ ଗାଡି ପାଇଁ ବାଧ୍ୟତାମୂଳକ କରାଯାଇଛି । ଏ ନେଇ ଗାଡ଼ି ମାଲିକଙ୍କୁ ଅନ୍ୟୁନ ୩ ମାସ ସମୟ ଦିଆଯିବ ।

ନିର୍ଦ୍ଧାରିତ ସମୟ ପରେ ଯେଉଁ ଗାଡ଼ିରେ ଏହି ପ୍ଲେଟ୍ ଲାଗିନଥିବ, ସେ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରିଛି ପରିବହନ ବିଭାଗ ।

ନୂଆ ଗାଡ଼ିରେ ଏହି ରେଜିଷ୍ଟ୍ରେସନ ପ୍ଲେଟ୍ ଲାଗୁଥିବା ବେଳେ ପୁରୁଣା ଗାଡ଼ିରେ ମଧ୍ୟ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲାଗିବ । ଏହି ପ୍ଲେଟ କେବଳ ଗାଡ଼ି ନିର୍ମାଣକାରୀ ସଂସ୍ଥା ଓ ଅଥରାଇଜଡ ଡିଲର ଲଗାଇ ପାରିବେ । ସେଥିପାଇଁ ଅନଲାଇନରେ ଦେୟ ଦେବାକୁ ପଡିବ । ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ନଥିବ କିମ୍ବା ଫିଟନେସ ସାର୍ଟିଫିକେଟ ନଥିବ, କିମ୍ବା ଟିକସ ବାକି ଥିବ, ସେମାନଙ୍କୁ ନୂଆ ନମ୍ବର ପ୍ଲେଟ୍ ମିଳିବ ନାହିଁ । ୨୦୧୯ ଏପ୍ରିଲ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ି ପାଇଁ ଟାଇମ୍ ଲାଇନ୍ ସ୍ଥିିର କରାଯାଇଛି । ଯେଉଁମାନଙ୍କର ଗାଡ଼ିର ଶେଷ ନମ୍ବର ୧ କିମ୍ବା ୨ ରହିଥିବ, ସେମାନଙ୍କ ପାଇଁ ଅଗଷ୍ଟ ୩୧ ତାରିଖ ଯାଏଁ ସମୟ ଦିଆଯାଇଛି ।

ଗାଡ଼ିର ଶେଷ ନମ୍ବର ୩ କିମ୍ବା ୪ ଥିଲେ, ସେପ୍ଟେମ୍ବର ୩୦ ମଧ୍ୟରେ ନୂଆ ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟ । ଗାଡ଼ିର ଶେଷ ନମ୍ବର ୫ କିମ୍ବା ୬ ଥିଲେ, ଅକ୍ଟୋବର ୩୧ ଓ ଗାଡ଼ିର ଶେଷ ନମ୍ବର ୭ କିମ୍ବା ୮ ଥିଲେ, ନଭେମ୍ବର ୩୦ ଏବଂ ଗାଡ଼ିର ଶେଷ ନମ୍ବର ୯ କିମ୍ବା ଶୂନ ଥିଲେ, ଡିସେମ୍ବର ୩୧ ତାରିଖ ହେଉଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ଶେଷ ଦିନ ।

ତେବେ ଯଦି ଅମାନିଆ ଏହି ନିୟମ ରେ ଖିଲାପ କରନ୍ତି ତେବେ ତାଙ୍କୁ ପରବର୍ତୀ ସମୟରେ ତାଂଡ ଜାଣିବାକୁ ପଡିବ | ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡିବ |

Related Posts