କାଶ୍ମୀରରେ ପୁଣି ପୋଲିସକୁ ଆତଙ୍କବାଦୀଙ୍କ ଟାର୍ଗେଟ: ଜଣେ ପୋଲିସ କର୍ମୀ ସହୀଦ, ତାଙ୍କ 7 ବର୍ଷୀୟ ଝିଅ ଗୁରୁତର

ଶ୍ରୀନଗର: କାଶ୍ମୀର ରେ ପୁଣି ଫୁଟିଲା ଗୁଳି । ପୁଣି ପୋଲିସ କୁ ଟାର୍ଗେଟ କଲେ ଆତଂକବାଦୀ । ଘାଟିରେ ପୁଣି ପୋଲିସକୁ ଆକଙ୍କୀ ଟାର୍ଗେଟ କରିଛନ୍ତି । ଶ୍ରୀନଗର ସୌରା ଅଞ୍ଚଳରେ ଆତଙ୍କୀଙ୍କ ଗୁଳିମାଡରେ ଜଣେ ପୋଲିସ କର୍ମୀ ପ୍ରାଣ ହରାଇଛନ୍ତି । ଏହି ଗୁଳିକାଣ୍ଡରେ ମୃତ ପୋଲିସ କର୍ମୀଙ୍କ 7 ବର୍ଷୀୟ ଝିଅ ଦେହରେ ମଧ୍ୟ ଗୁଳି ବାଜିଛି ଓ ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି ।

ଶହୀଦ ହୋଇଥିବା ପୋଲିସ କର୍ମୀଙ୍କ ନାମ ସୈଫୁଲ୍ଲା କାଦ୍ରୀ ବୋଲି ସ୍ପଷ୍ଟ ହୋଇଛି । ଗୁଳିମାଡ ପରେ ଉଭୟ ବାପ-ଝିଅଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସୈଫୁଲ୍ଲାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ଆଜି (ମଙ୍ଗଳବାର) ଅପରାହ୍ନରେ ସୌଫୁଲ୍ଲା ଓ ତାଙ୍କ ଝିଅ ଯାଉଥିବା ବେଳେ ପୂର୍ବରୁ ଯୋଜନ ବଦ୍ଧ ଭାବେ ଆତଙ୍କବାଦୀ ଅତର୍କିତ ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଉଭୟ ବାପ-ଝିଅ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲ ସ୍ଥାନାନ୍ତରିତ ହୋଇଥିବା ବେଳେ ହସ୍ପିଟାଲରେ ସୈଫୁଲ୍ଲାଙ୍କ ମୃତ୍ୟୁ ଘଟିଛି । ତାଙ୍କ ଝିଅର ଅବସ୍ଥା ମଧ୍ୟ ଗୁରୁତର ରହିଛି ।

ସେପଟେ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ସୁରକ୍ଷା ବଳ ପହଞ୍ଚିଛନ୍ତି । ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ କରିଛନ୍ତି ।

Related Posts