ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଚାଲିଥିବା ବେଆଇନ ନିର୍ମାଣ କାମର ପ୍ରଥମ ଅଭିଯୁକ୍ତ ହେଉଛନ୍ତି ଏଏସଆଇ ଡିଜି: ବିଜୟ ମହାପାତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଚାଲିଥିବା ବେଆଇନ ନିର୍ମାଣ କାମର ପ୍ରଥମ ଅଭିଯୁକ୍ତ ଏଏସ୍ଆଇ(ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ) ଡିଜି। ଏଏସ୍ଆଇ ଡିଜି କଣ୍ଡିସନାଲ ପରମିସନ ଦେଇ ପ୍ରଥମ ଭୁଲ କରିଛନ୍ତି। ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପ୍ରତି ସବୁଠୁ ବେଶି ଦାୟିତ୍ୱହୀନ ହୋଇ କାମ କରୁଛି। ସିବିଆଇ ତଦନ୍ତ ହେଲେ ଏ ସମସ୍ତେ ବନ୍ଧା ହେବେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ ତାଙ୍କ ବାସଭବନ ଠାରେ ଆହୁରି କହିଛନ୍ତି, ଠିକ ଯେମିତି ଗତବର୍ଷ ସେପ୍ଟେମ୍ବର ମାସରେ ଗୁଜୁରାଟ ଗାନ୍ଧିନଗର ସ୍ଥିତ ଏକ ମସଜିଦ ପାଖରେ ଚାଲିଥିବା ଖନନ କାର‌୍ୟ୍ୟ ନେଇ ଏଏସ୍ଆଇ ମିଛ ଅନୁମତି ଦେଇ ଧରାପଡ଼ିଥିଲା, ଏଠି ସେମିତି ଶ୍ରୀମନ୍ଦିର କ୍ଷେତ୍ରରେ ମଧ୍ୟ ତଦନ୍ତ ହେଲେ ସବୁ ଧରାପଡ଼ିବେ। ସିବିଆଇ ଏହି ମାମଲାର ତଦନ୍ତ କରି ଏଏସ୍ଆଇ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ବାନ୍ଧିଥିଲା। ସେଠାରେ ଆମସାର ଆକ୍ଟର ୨୦ଏ ସେକ୍ଟନ ପାଳନ ହୋଇ ନ ଥିଲା। କେନ୍ଦ୍ର ସରକାର ତୁରନ୍ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କ୍ଷେତ୍ରରେ ସିବିଆଇ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଅନ୍ତୁ।

ଏହି ପ୍ରକଳ୍ପ ନେଇ ବିବାଦ ବଢ଼ିବାରେ ଲାଗିଛି। ଯୋଜନା ବିଧିବଦ୍ଧ ଭାବ କରାଗଲାନି। ଫଳରେ ସନ୍ଦେହ ଓ ଅଲୋଚନା ବଢ଼ିଚାଲିଛି। ହାଇକୋର୍ଟରେ କେସ ବିଚାରଧିନ ଥିବା ବେଳେ ଏଏସ୍‌ଆଇ ପକ୍ଷରୁ ଉପସ୍ଥିତ ଆଇନଜୀବୀ ଦୁଇଟି ତାରିଖରେ ଚୁପ୍ ବସିଲେ। ମୁହଁଖୋଲିଲେନି। କୋର୍ଟ ଯୁଗ୍ମସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏଏସ୍‌ଆଇ ତଦନ୍ତ କରି ରିପୋର୍ଟ ଦେଲା। ତେଣୁ ଏସଆଏଇର ସଠିକ ଭାବେ ଦାଇତ୍ୱ ତୁଲାଉନି। ବିଭାଗୀୟ ଅଧିକାରୀମାନେ ହିଁ ଆସମୀ। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର‌୍ୟ୍ୟନୁଷ୍ଠାନ ହେଉ। ୧୯୭୫ ଓ ୧୯୭୯ ମସିହାରେ ରାଜ୍ୟ ସରକାର ଏଏସ୍ଆଇ ସାଙ୍ଗେ ଏମ୍ଓୟୁ କରିଥିଲେ। ଆମସର ଆକ୍ଟ ଅନୁଯାୟୀ ମନ୍ଦିର ଭିତର ଓ ବାହାର ନିଷିଦ୍ଧାଞ୍ଚଳରେ କାମ ଏଏସ୍ଆଇ କରିବ। ହେଲେ ଏହା ହେଉନି। ଏଏସ୍ଆଇ ଓ ରାଜ୍ୟ ପ୍ରଶାସନ ଭିତରେ ସମନ୍ୱୟ ନ ରହିବାରୁ ଏଭଳି ହେଲା। ମଠ ଉଚ୍ଛେଦ ବି ବେଆଇନ ଥିଲା। ଯାହାକି ଆମସାର ଆକ୍ଟର ଉଲଘଂନ। ଏହି ଆକ୍ଟର ସେକ୍ସନ ୩୦ରେ ମଠ ଓ ଐତିହ୍ୟ ଉଚ୍ଛେଦ ଏଏସ୍‌ଆଇ ଅନୁମତି କ୍ରମେ ହେବା କଥା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts