ଚଣ୍ଡିଗଡ: ଆଖି ବୁଜିଲେ ଶିରୋମଣୀ ଅକାଳୀ ଦଳର ବରିଷ୍ଠ ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ଜଥେଦାର ତୋତା ସିଂହ | ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ମୋହାଲି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିଷ୍ୟାଧିନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତୋତା ସିଂହ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଆଜି ସକାଳ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଶିରୋମଣୀ ଅକଳୀ ଦଳର କୋର କମିଟି ସଦସ୍ୟ ରହିବା ସଙ୍ଗେ ସଙ୍ଗେ ପଞ୍ଜାବର ପୂର୍ବତନ କୃଷିମନ୍ତ୍ରୀ ଥିଲେ ।
୧୯୪୧ ମସିହା ମାର୍ଚ୍ଚ ୨ ତାରିଖରେ ପଞ୍ଜାବ ମୋଗା ଜିଲ୍ଲାର ଦିଦାର ଗାଁରେ ଜନ୍ମଗ୍ରହଣ କରିଥିଲେ ଜଥେଦାର ତୋତା ସିଂହ । ସୁରଜିତ ସିଂହ ବରନାଲାଙ୍କ ସରକାରରେ ସେ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ୨୦୦୨ ବିଧାନସଭା ନିର୍ବାଚନ ସମୟରେ ତୋତା ସିଂହ ମୋଗାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଶିରୋମଣି ଅକାଳୀ ଦଳ-ବିଜେପିର ମେଣ୍ଟ ସରକାରରେ ତାଙ୍କୁ କୃଷିମନ୍ତ୍ରୀ ଭାବେ ଦାୟିତ୍ବ ମିଳିଥିଲା । ୨୦୧୨ରେ ତୋତା ସିଂହ ଧରମକୋଟରୁ ବିଧାନସଭା ନିର୍ବାଚନ ଲଢିଥିଲେ ।