ଏମାର ମଠରୁ ମିଳିଥିବା ଦୁଇ ସିଂହ ମୂର୍ତ୍ତି ଉଦ୍ଧାର ବେଳେ ବିରୋଧ କଲେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏମାର ମଠରୁ ମିଳିଥିବା ଦୁଇ ସିଂହ ମୂର୍ତ୍ତି ଉଦ୍ଧାର ବେଳେ ବିରୋଧ କଲେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ । ଏହା ସହ ଏ ଏସ ଆଇ ଟିମ୍ ପକ୍ଷରୁ ଉଦ୍ଧାର କାର‌୍ୟ୍ୟ ଚାଲିଥିବା ବେଳେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦର କର୍ମକର୍ତ୍ତାମାନେ ଜିପିଆରଏସ(ସର୍ଭେ) କରାଯିବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଏମାର ମଠର ଖନନ ସ୍ଥଳରେ ସୋମବାର ଠାବ ହୋଇଥିବା ଖଣ୍ଡବିଖଣ୍ଡିତ ସିଂହ ମୂର୍ତ୍ତି ଉଦ୍ଧାର କାର‌୍ୟ୍ୟ ଜାରି ରହିଛି। ଏହି ମୂର୍ତ୍ତି ପ୍ରାୟ ୫ ଫୁଟ ଗଭୀରରେ ଥିବା ବେଳେ କ୍ରେନ୍ ସାହାଯ୍ୟରେ ଉଠାଯାଉଛି। ଗୋଟିକିଆ ପଥରରେ ନିର୍ମିତ ପ୍ରାଚୀନ ସିଂହ ମୂର୍ତ୍ତି ଠାବ ହେବା ପରେ ଏଏସଆଇର ଅଧୀକ୍ଷକ ଅରୁଣ ମଲିକଙ୍କ ନେତୃତ୍ୱରେ ୧୬ ଜଣିଆ ଟିମ ଏମ୍ଆର ମଠରେ ପହଞ୍ଚିଛି।

ପୁରୀରେ ପହଞ୍ଚିବା ପରେ ଟିମ୍ ଉଦ୍ଧାର ହୋଇଥିବା ମୂର୍ତ୍ତିର ଅନୁଧ୍ୟାନ କରିଛି। ତେବେ ଟେକ୍ନିକାଲ ଟିମ୍ ଉଦ୍ଧାର ହୋଇଥିବା ମୂର୍ତ୍ତିର ଅନୁଧ୍ୟାନ କରୁଥିବା ଜଣାପଡ଼ିଛି। ଉଦ୍ଧାର ହୋଇଥିବା ସିଂହ ମୂର୍ତ୍ତି କେଉଁ ସମୟରେ ଏହାର ନମୁନା ପରୀକ୍ଷା ହୋଇଛି। ଏଏସ୍ଆଇ ଅଧୀକ୍ଷକ କହିଛନ୍ତି ଯେ, ଉଦ୍ଧାର ହୋଇଥିବା ସିଂହମୂର୍ତ୍ତି ଗଙ୍ଗ ରାଜତ୍ବ କାଳର ହୋଇଥାଇପାରେ। ନମୁନା ସଂଗ୍ରହ କରାଯାଇଛି। ପରୀକ୍ଷା ପରେ ଜଣାପଡ଼ିବ। ସିଂହ ମୂର୍ତ୍ତି ବ୍ୟତୀତ ସହିତ ଏମାର ମଠର ଖନନ କାର‌୍ୟ୍ୟସ୍ଥଳୀରେ ଏକ ବିଶାଳ ପଥର ଚଟାଣ ଠାବ ହୋଇଛି।

Related Posts