ସମ୍ପର୍କରେ ରକ୍ତର ଛିଟା: ନିଶାସକ୍ତ ଅବସ୍ଥାରେ ବାପାର କଟୁରି ଚୋଟରେ ପୁଅର ମୃତ

ଦେବଗଡ଼ : ସଂପର୍କରେ ରକ୍ତର ଛିଟା | ବାପା ଓ ପୁଅର ସଂପର୍କରେ ସୃତି ହେଲା ଫାଟକ । ପରେ ନିଶାସକ୍ତ ଅବସ୍ଥାରେ ବାପା ଘଟାଇଲା ଅଭାବନୀୟ କାଣ୍ଡ | ବାପାର କଟୁରି ଚୋଟରେ ସବୁ ଦିନ ପାଇଁ ଆଖି ବୁଜିଲା ପୁଅ | ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମରେ । ମୃତକ ହେଲେ ଗୋଲବଦନ ପାତ୍ର, ତାଙ୍କ ବୟସ ୩୨ ବର୍ଷ ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗ୍ରାମର ମୁଚି ପାତ୍ର ଓ ତାଙ୍କର ପୁଅ ଗୋଲବଦନ ମଧ୍ୟରେ ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି କାରଣରୁ ବଚସା ହୋଇଥିଲା । ତେବେ ନିଶାସକ୍ତ ଅବସ୍ଥାରେ ଥିବା ବାପା ମୁଚି ତାଙ୍କର ପୁଅ ଗୋଲବଦନକୁ ଏକ କଟୁରୀ ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ କଟୁରୀ ଚୋଟରେ ଗୋଲବଦନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଖବରପାଇ ଦେବଗଡ ଥାନା ପୁଲିସ ଏବଂ ସାଇଣ୍ଟିଫିକ ଟିମ ପଂହଚି ଶବ ଓ ରକ୍ତ ଭିଜା କଟୁରୀ ଜବତ କରିବା ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ବାପା ମୁଚିକୁ ପୁଲିସ ଅଟକ ରଖି ପଚାରାଉଚୁରା ଜାରି ରଖିଛି ।

ସେହିପରି ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ତଦନ୍ତକୁ ଜୋରଦାର କରାଯିବ ବୋଲି ସୂଚନା ମିଳିଛି । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

Related Posts