କମିଲା ବାୟୋଲୋଜିକାଲ-ଇ ଲିମିଟେଡ ଦ୍ବାରା ପ୍ରସ୍ତୁତ କୋଭିଡ ଟିକା କୋର୍ବେଭାକ୍ସର ଦର ଦାମ

ହାଇଦ୍ରାବାଦ: ହ୍ରାସ ପାଇଲା ବାୟୋଲୋଜିକାଲ-ଇ ଲିମିଟେଡ ଦ୍ବାରା ପ୍ରସ୍ତୁତ କୋଭିଡ ଟିକା କୋର୍ବେଭାକ୍ସର ଦର ଦାମ | କର୍ବେଭାକ୍ସ ଟିକା ପାଇଁ ଘରୋଇ କେନ୍ଦ୍ରଗୁଡ଼ିକୁ ଆଉ 840 ଟଙ୍କା ଦେବାକୁ ପଡ଼ିବ ନାହିଁ । ଡୋଜ ପ୍ରତି 840 ଟଙ୍କାରୁ 250 ଟଙ୍କାକୁ ହ୍ରାସ କରାଯାଇଛି । ଏଣିକି ଘରୋଇ କୋଭିଡ-19 ଟିକା କେନ୍ଦ୍ରଗୁ଼ଡିକରେ ଏହି ଭାକ୍ସିନ ଜିଏସଟି ସହ 250 ଟଙ୍କାରେ ଉପଲବ୍ଧ ହେବ । ହସ୍ପିଟାଲ ଦେୟ ସମେତ 400ଟଙ୍କା ଦେଇ ଲୋକ ଏହି ଟିକା ନେଇପାରିବେ । ସର୍ବାଧିକ ପିଲା ଯେପରି ଟିକା ନେଇପାରିବେ ସେଥିପାଇଁ ହାଇଦ୍ରାବାଦ କମ୍ପାନୀ ଦର କମାଇଛି । 5ରୁ12 ବର୍ଷ ବୟସ ବର୍ଗର ପିଲାଙ୍କ ପାଇଁ ଏହି ଟିକାକୁ ଜରୁରୀ ବ୍ୟବହାର ଅନୁମତି ମଳିଥିଲା । ପୂର୍ବରୁ ଏହି ଟିକା ପାଇଁ ଟିକସ ଦେୟ ସହ 990 ଟଙ୍କା ଦେବାକୁ ପଡୁଥିଲା ।

ଏହି ଟିକା ସିଙ୍ଗଲ ଡୋଜ ଭାଏଲରେ ମିଳୁଥିବାରୁ ଟିକାକରଣ ଲାଗି ସୁବିଧାଜନକ ଏବଂ ନଷ୍ଟ ହେବାର ସମ୍ଭାବନା ନାହିଁ । 12ରୁ 14 ବର୍ଷ ପିଲାଙ୍କ ପାଇଁ କୋର୍ବାଭାକ୍ସ ଟିକା ନିମନ୍ତେ କୋ-ୱିନ ଆପ୍ କିମ୍ବା ପୋର୍ଟାଲରେ ସ୍ଲଟ ବୁକ କରିବାର ବ୍ୟବସ୍ଥା କରାଯାଇଛି । ବାୟୋଲୋଜିକାଲ-ଇ ଲିମିଟେଡ ବର୍ତ୍ତମାନ 30 କୋଟି କୋର୍ବାଭାକ୍ସ ଡୋଡ ଉତ୍ପାଦନ କରିଛି । 10 କୋଟି କୋର୍ବାଭାକ୍ସ ଡୋଜ କେନ୍ଦ୍ର ସରକାରଙ୍କୁ ଯୋଗାଇଥିବାବେଳେ ବର୍ତ୍ତମାନ ସୁଦ୍ଧା 12ରୁ 15 ବର୍ଷ ପିଲାଙ୍କୁ 3 କୋଟି ଡୋଜ ଦିଆସରିଛି । ପ୍ରକାଶ ଥାଉ କି, ଜାନୁଆରୀ 3ରୁ ଭାରତ ବାୟୋଟେକ ଭ୍ୟାକ୍ସିନରେ 15ରୁ 18 ବର୍ଷଙ୍କୁ ଟୀକାକରଣ ଆରମ୍ଭ ହୋଇଥିଲା । ଏହାପରେ ମାର୍ଚ୍ଚ 16ରୁ 12ବର୍ଷର ପିଲାଙ୍କୁ ଟିକା ଦିଆଯାଇଥିଲା । ବର୍ତ୍ତମାନ ଦେଶରେ 12ବର୍ଷରୁ ଅଧିକ ବୟସ ପିଲାମାନଙ୍କୁ ଦୁଇଟି କୋଭିଡ-19 ଭ୍ୟାକ୍ସିନ ଦିଆଯାଉଛି ।

ପୂର୍ବରୁ ଘରୋଇ ଟିକାକରଣ କେନ୍ଦ୍ରରେ ଏହି ଟିକା ନେବା ପାଇଁ 990 ଟଙ୍କା ଦେବାକୁ ପଡ଼ୁଥିଲା। ସରକାରୀ କେନ୍ଦ୍ରଗୁଡ଼ିକୁ କିନ୍ତୁ ଏହି ଟିକା 145 ଟଙ୍କାରେ ଯୋଗାଇ ଦିଆଯାଉଛି। 5ରୁ 12 ବର୍ଷର ପିଲାଙ୍କୁ ଉକ୍ତ ଟିକା ଦେବାପାଇଁ ଏପ୍ରିଲ ମାସରେ ଅନୁମତି ଦିଆଯାଇଛି।

Related Posts