ପୁରୀ ବିଧାୟକଙ୍କୁ କିଛି ଗୋଷ୍ଠୀ ଚାପ ପକାଉଛନ୍ତି: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟରେ ଚର୍ଚ୍ଚା ଥମିବାରେ ନାଁ ନେଉନି । ସେପଟେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ବିଭିନ୍ନ ସମୟରେ ବଦଳୁଥିବା ମତକୁ ନେଇ ବିଜେପର ଚିନ୍ତା ବିଢ଼ିଯାଇଛି । ଏହା ମଧ୍ୟରେ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମଙ୍କ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ହିସାବ ଭୁଲ ରହିଛି । ତାଙ୍କ ଉପରେ କିଛି ଚାପ ଥାଇପାରେ । କିଛି ଗୋଷ୍ଠୀ ତାଙ୍କ ଉପରେ ଚାପ ପକାଉଛନ୍ତି । ରାଜ୍ୟ ସଭାପତି ତାଙ୍କୁ ଡାକି ଏହି ପ୍ରସଙ୍ଗରେ ଆଲୋଚନା କରିବା କଥା । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ବିଜେପି ଜୋରଦାର ଲଢ଼େଇ କରିବ । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ବିଜେପି ଜୋରଦାର ଲଢ଼େଇ କରିବ । ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ନିର୍ମାଣ ବେଆଇନ ବୋଲି ସେ କହିଛନ୍ତି । ତେବେ ଜୟନ୍ତ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜୟନ୍ତ କହିଥିଲେ ଯେ ବିକାଶ କାମକୁ ସମର୍ଥନ କରୁଛନ୍ତି । ହେଲେ ଯାହା କିଛି ହେଉଛି ଆଇନ ଭିତରେ ହେଉ । ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା କାମକୁ କେବେ ହେଲେ ବିରୋଧ କରିନାହାନ୍ତି ବୋଲି ସେ କହିଥିଲେ ।

ଅନ୍ୟପଟେ ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠାଇଥିବା ଏମପି ଅପରାଜିତା ଷଡ଼ଙ୍ଗୀଙ୍କ ଆଭିମୁଖ୍ୟକୁ ଜୁଏଲ ସମର୍ଥନ କରିଛନ୍ତି । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ନେଇ ବିଜେପିରୁ ଆସୁଥିବା ଭିନ୍ନ ପ୍ରତିକ୍ରିୟା ନେଇ ବିଜେଡି ରାଜ୍ୟ ସଭା ଏମପି ମୁନା ଖାଁ କହିଛନ୍ତି ଶ୍ରୀମନ୍ଦିର ନିର୍ମାଣ କାମ ବାବଦ ପ୍ରସଙ୍ଗ ନେଇ ମାମଲା ହାଇକୋର୍ଟରେ ଅଛି । ବିଜେପି ପ୍ରଥମେ ନିଜ ଷ୍ଟାଣ୍ଡ ସ୍ପଷ୍ଟ କରୁ । ତାଙ୍କ ବିଧାୟକ ଗୋଟେ କଥା କହିଲାବେଳେ ଏମପି ଆଉ ଏକ ପ୍ରକାର କଥା କହୁଛନ୍ତି । ତାଙ୍କ ଭିତରେ ବହୁତ ଦ୍ୱନ୍ଦ ରହିଯାଇଛି । ପ୍ରଥମେ ସେମାନେ ନିଜ ଭିତରେ ଥିବା ଦ୍ୱନ୍ଦ ଦୂର କରିବା ପରେ ଯାହା କହିବେ । ଲାଗୁଛି ସେମାନଙ୍କ ଦଳ ଭିତରେ ମତପାର୍ଥକ୍ୟ ଅଛି । ସେଥିଲାଗି ସମସ୍ତେ ଭିନ୍ନ ଭିନ୍ନ କଥା କହୁଛନ୍ତି ବୋଲି ମୁନ୍ନା ଖାଁ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts