ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ଶାସ୍ତ୍ରୀନଗରରେ ଘଟିଛି ଏକ ଲୋମହର୍ଶରଣକାରୀ ଘଟଣା | ଜଣେ ଯୁବକକୁ ପିଟିପିଟି ହତ୍ୟା କରିଛନ୍ତି ଦୁଇ ନାବାଳକ ଯୁବକ | ପୋଲିସ ଏହି ଘଟଣାରେ ଅଭିଯୁକ୍ତ ପୁଅ ଦୁଇ ଙ୍କୁ ଗିରଫ କରିଛି |
ସୂଚନାଯୋଗ୍ୟ, ମାର ପରକୀୟା ପ୍ରୀତି ଯୋଗୁଁ ଉକ୍ତ ବିବାହିତ ଯୁବକଙ୍କ ଜୀବନ ଚାଲିଯାଇଛି | ମାଆଙ୍କ ସହିତ ଗୋଟିଏ ଘର ଭିତରେ ଅସଂଯତ ଅବସ୍ଥାରେ ଦେଖି ଦୁଇ ନାବାଳକ ପୁତ୍ର ହିଂସାପରାୟଣ ହୋଇ ପରକୀୟା ସମ୍ପର୍କ ରଖିଥିବା ବିବାହିତ ଯୁବକକୁ ଖୁଣ୍ଟରେ ବାନ୍ଧି ଲୁହ ଛଡ଼ରେ ପିଟି ପିଟି ହତ୍ୟା କରିଛନ୍ତି। ମୃତ ଯୁବକର ନାମ ସେକେଣ୍ଡ ମହାକୁଡ଼(୪୫) ବୋଲି ଜଣାପଡିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତ୍ରି ୯ ଘଟିକା ସମୟରେ ମୃତ ସେକେଣ୍ଡଙ୍କ ଘରେ ଦୁଇ ନାବାଳକଙ୍କ ମାଙ୍କୁ ଅସଂଯତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ତାଙ୍କ ମାଆ ସହିତ ମୃତ ସେକେଣ୍ଡ ପରକୀୟା ପ୍ରୀତିକୁ ସମ୍ପର୍କକୁ ନେଇ ଦୁଇ ନାବାଳକ ହିଂସ୍ର ହୋଇ ଉଠିଥିଲେ।
ସେଦୁହେଁ ସେକେଣ୍ଡଙ୍କୁ ଘୋଷାଡ଼ି ନେଇ ତାଙ୍କ ଘର ସମ୍ମୁଖରେ ଏକ ଖୁଣ୍ଟରେ ବାନ୍ଧି ଲୁହା ଛଡ଼ରେ ନିର୍ଦ୍ଧୁମ ପିଟିଥିଲେ। ପିଟି ପିଟି ଗୋଟିଏ ହାତ ଓ ଗୋଡ଼ ଭାଙ୍ଗିଦେଇଥିଲେ। ଏହାପରେ ଦୁଇ ନାବାଳକ ତାଙ୍କୁ ଯୋଡ଼ା ଟାଟାଷ୍ଟିଲ ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ମାତ୍ର ସେକେଣ୍ଡଙ୍କର ସେଠାରେ ମୃତ୍ୟୁ ହୋଇଥିଲା।
ଏ ନେଇ ଯୋଡ଼ା ଥାନାରେ ଏକ ହତ୍ୟା ମାମଲା ନମ୍ବର ୮୫/୨୦୨୨ ପୁଲିସ ରୁଜୁ କରି ଦୁଇ ନାବାଳକଙ୍କୁ ପଚରାଉଚରା ଜାରି ରଖିଥିବା ଯୋଡ଼ା ଥାନା ଆଇଆଇସି ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।