ହାଇକୋର୍ଟରେ ସତ୍ୟପାଠ ପରେ ପ୍ରଥମଥର ପାଇଁ ପୁରୀରେ ପହଞ୍ଚିଲେ ଏଏସଆଇ ସୁପରିଟେଣ୍ଡେଣ୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହାଇକୋର୍ଟରେ ସତ୍ୟପାଠ ପରେ ପ୍ରଥମଥର ପାଇଁ ପୁରୀରେ ପହଞ୍ଚିଲେ ଏଏସଆଇ ସୁପରିଟେଣ୍ଡେଣ୍ଟ । ତେବେ ଏଏସଆଇର ହାଇକୋର୍ଟରେ ସତ୍ୟପାଠ ପରେ ପ୍ରଥମଥର ପାଇଁ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ । ଏଏସଆଇ ଆୟୋଜିତ ବୈଠକରେ ସୁପରିଟେଣ୍ଡେଣ୍ଟ ଯୋଗଦେବା ନେଇ ଜଣାପଡ଼ିଛି । ଯାତ୍ରୀ ପରିକ୍ରମା ମାର୍ଗ କାର‌୍ୟ୍ୟ ଅନୁଧ୍ୟାନ କରିବା ସମ୍ଭାବନା ରହିଛି । ସେପଟେ ଦୀର୍ଘଦିନ ଧରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଛି ।

ଅନ୍ୟପଟେ ନିର୍ମାଣ କାମର ଭିଡିଓଗ୍ରାଫି ଓ ଡକ୍ୟୁମେଣ୍ଟସନ୍ କରିଥିଲେ । ଏହା ସହ ଭର୍ଚୁଆଲରେ ଏଏସଆଇ ଡିଜିଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ଜୁନ୍ ୨୨ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ଏଏସଆଇ । ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ୍ ଯାଦବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts