ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ; ଖନନ ଅନୈତିକ ଦର୍ଶାଇ ସୁପ୍ରିମକୋର୍ଟ ଯିବ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ବିରୋଧରେ ସୁପ୍ରିମକୋର୍ଟ ଯିବ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ଅଭିଯାନ ଅଭିଯୋଗ କରିଛି ଯେ, ଶ୍ରୀମନ୍ଦିର ଚାରିପଟେ ଅବୈଧ ଭାବେ ଖନନ କାମ ଚାଲିଛି । ଏହା ଏକ ପ୍ରାଚୀନ ଐତିହ୍ୟ ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣା, ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ୱ ଏଏସଆଇର । ଆକଳନ ଅନୁସାରେ ନିଷିଦ୍ଧାଞ୍ଚଳରେ ସ୍ଥାୟୀ ବୃହତ ନିର୍ମାଣ ସମ୍ପୂର୍ଣ ନିଷିଦ୍ଧ ଏବଂ ନିୟନ୍ତ୍ରିତ ଅଞ୍ଚଳରେ ଯେକୌଣସି ନିର୍ମାଣ ଏଏସଆଇର ପରାମର୍ଶ ଅନୁଯାୟୀ କରାଯିବା ଉଚିତ୍ ।

କିନ୍ତୁ ରାଜ୍ୟ ସରକାର ସମସ୍ତ ଆଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିଛି ଅଭିଯାନ । ଏହାସହ ରାଜ୍ୟରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନର ସଂଯୋଜକ । ସେପଟେ ପ୍ରକଳ୍ପ ନେଇ ପୁଣି ପ୍ରତିକ୍ରିୟା ରଖିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ସେ କହିଛନ୍ତି ବିକାଶକୁ କେହି ବିରୋଧ କରୁନାହାନ୍ତି । ଆଇନର ପରିଧି ମଧ୍ୟରେ ସବୁ କାମ ହେବା ଦରକାର । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts