୧୧.୫୩ କୋଟି ମୂଲ୍ୟର ବିଦେଶୀ ନାଗରିକଙ୍କ ପେଟରୁ ହିରୋଇନ ଜବତ

ହାଇଦ୍ରାବାଦ: ଦିନକୁ ଦିନ ଦେଶରେ ବଢି ଚାଲିଛି ହେରୋଇନ କାରବାର । ଭିନ ଭିନ ପନ୍ଥା ଆପଣାଉଛନ୍ତି ଚୋରା ଚାଲାଣ କାରୀ | ପୋଲିସ ଅଖିଲେ ଧୁଳି ଦେବା ପାଇଁ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇବାକୁ ପଛାଉ ନାହାନ୍ତି | ତେବେ ଏହି ସବୁ ମଧ୍ୟରେ ଅନେକ ସମୟରେ ପୋଲିସ କୁ ସଫଳତା ମିଳି ଆସୁଛି |

ଚୋରା ଚାଲାଣ କାରୀଙ୍କ ପର୍ଦାଫାଶ କରିବା ପାଇଁ ଏନେକ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି | ଦେଶର ବିଭିନ୍ନ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | ଚୋରା ଚାଲାଣ କାରୀ ଏୟାରପୋର୍ଟ ମାଧ୍ୟମରେ ଚାଲାଣ କରୁଥିବା ବେଳେ, କଡାକଡି ହୋଇଛି ନିୟମ | ସେପଟେ ଜଣେ ବିଦେଶୀ ନାଗରିକଙ୍କ ପେଟରୁ ସମସାବାଦ ବିମାନବନ୍ଦରରୁ ୧୧.୫୩ କୋଟି ମୂଲ୍ୟର ହିରୋଇନ ଜବତ କରିଛି କଷ୍ଟମ ବିଭାଗ ।

ସୂଚନା ଅନୁସାରେ, ଅପ୍ରେଲ ୨୬ରେ ଜୋହାନବର୍ଗରୁ ଜଣେ ତାଞ୍ଜାନିଆ ନାଗରିକ ହାଇଦ୍ରାବାଦ ଆସିଥିଲେ । ମାତ୍ର ସେଠାରେ କଷ୍ଟମ୍ସ ଇଣ୍ଟେଲିଜେନ୍ସ ୟୁନିଟ୍ ଅଧିକାରୀଙ୍କ ତାଙ୍କ ଉପରେ ସନ୍ଦେହ ହେବାରୁ ଅଟକ ରଖିବା ସହ ଯାଞ୍ଚ କରିବା ପାଇଁ ଡାକ୍ତରଖାନା ପଠାଇଥିଲେ । ଡାକ୍ତର ଯାଞ୍ଚ କରିବା ସହ ତାଙ୍କ ପେଟରୁ ୧୦୯ଟି ହେରୋଇନ କ୍ୟାପସୁଲ ବାହାର କରିଥିଲେ ।

ଅନ୍ୟପଟେ ଡାକ୍ତର ତାଙ୍କ ପେଟରୁ ୬ଦିନରେ ୧୦୯ କ୍ୟାପସୁଲ ବାହାର କରିଥିଲେ । ଏହାର ଓଜନ ୧,୩୮୯ ଗ୍ରାମ ବୋଲି ଅଧିକାରୀମାନେ କହିଛନ୍ତି । ଏହାର ଆନ୍ତର୍ଜାତୀୟ ବଜାର ମୂଲ୍ୟ ୧୧.୫୩ କୋଟି ହେବ ବୋଲି କଷ୍ଟମ ବିଭାଗ ପକ୍ଷରୁ କୁହାଯାଇଛି ।

Related Posts