ଜାପାନକୁ ପାଲଟା ଜବାବ ଦେଲା ରୁଷ: ଜାପାନ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ଜାପାନ ଅଧିକାରୀଙ୍କ ପ୍ରବେଶ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅନେକ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ, ଏବେ ଏହାର ପାଲଟା ଜବାବ ଦେଇଛି ଋଷ । ବୁଧବାର ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ବହୁ ଜାପାନ ଅଧିକାରୀଙ୍କ ରୁଷ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି ମସ୍କୋ।

ରୁଷ ବିରୋଧରେ ଅନ୍ତରାଷ୍ଟ୍ରୀୟ ପ୍ରତିବନ୍ଧକ ଲାଗୁ କରିବାରେ ଜାପାନ ସାମିଲ ଥିବା ଯୋଗୁଁ ଏପରି କରାଯାଇଥିବା ମସ୍କୋ କହିଛି। ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନରେ ରୁଷର ସୈନ୍ୟ ଅଭିଯାନ ବିରୁଦ୍ଧରେ ଆମେରିକା ସହ ଅନ୍ୟ ପାଶ୍ଚାତ୍ୟ ଦେଶ ମସ୍କୋ ଉପରେ କଡା କଟକଣା ଲାଗୁ କରିଛନ୍ତି।

ରୁଷର ବିଦେଶ ମନ୍ତ୍ରଣାଳୟ ଏକ ବୟାନ ଜାରି କହିଛି, କିଶିଦାଙ୍କ ପ୍ରଶାସନ ରୁଷ ବିରୋଧୀ ଅଭିଯାନ ଆରମ୍ଭ କରି, ରୁଷ ବିରୋଧରେ ଅସ୍ୱୀକାର ବୟାନବାଜିକୁ ଅନୁମତି ଦେଇଥିଲେ । ଯେଉଁଥିରେ ଧମକ ମଧ୍ୟ ସାମିଲ ରହିଛି। ଏହାସହ ଭଲ ପଡୋଶୀ ଭାବେ ସମ୍ପର୍କକୁ ଶେଷ କରିବା, ରୁଷର ଅର୍ଥବ୍ୟବସ୍ଥା ଏବଂ ଦେଶର ଅନ୍ତରାଷ୍ଟ୍ରୀୟ ସମ୍ମାନକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଟୋକିଓ ଏହି ପଦକ୍ଷେପ ନେଇଥିବା ମସ୍କୋ ଅଭିଯୋଗ କରିଛି ।

ରୁଷର ବିଦେଶ ମନ୍ତ୍ରଣାଳୟ ଅନୁସାରେ, ଜାପାନ ପ୍ରଧାନମନ୍ତ୍ରୀ, କ୍ୟାବିନେଟ ସଦସ୍ୟ, ସାଂସଦ, ସାମ୍ୱାଦିକ ଏବଂ ପ୍ରଫେସରଙ୍କ ମୋଟ ୬୩ ଜଣ ଜାପାନ ନାଗରିକଙ୍କ ପ୍ରବେଶ ଉପରେ ଅନିଶ୍ଚିତ କାଳ ଯାଏଁ ପ୍ରତିବନ୍ଧକ ଲାଗୁ କରାଯାଇଛି ।

Related Posts