ଭଙ୍ଗା ହେବ ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ଘର: ନୋଟିସ ଦେଲା IDCO

କଟକ: ଭଙ୍ଗା ହେବ ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ଘର | ଏନେଇ IDCO ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି | ଜଗତପୁର ଅଞ୍ଚଳରେ ଏକ ଡ୍ରେନ୍‌ ତିଆରି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି ଇଡକୋ । ଏ ନେଇ ଦମୟନ୍ତୀଙ୍କ ବସ୍ତି ଘର ଆସୁଥିବାରୁ ଘର ଖାଲି କରିବାକୁ ଜାରି କରାଯାଇଛି ନୋଟିସ । ଏନେଇ ଡେ଼ପୁଟି ମେୟର ଦମୟନ୍ତୀ ପତିକ୍ରିୟା ଦେବାକୁ ମନା କରିଛନ୍ତି ।

ସେପଟେ ୭ ଦିନ ମଧ୍ୟରେ ଜଗା ଖାଲି କରିବାକୁ ନୋଟିସରେ ଉଲ୍ଲେଖ ରହିଛି । ମେ ୧୦ ତାରିଖରେ ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍ ଉଚ୍ଛେଦ କରିବ। ଜଗତପୁର ଶିଳ୍ପାଞ୍ଚଳରେ ଥିବା ସିଏମ୍‌ସି ଡେପୁଟି ମେୟର ଦମୟନ୍ତୀ ମାଝୀଙ୍କ ବସ୍ତି ଘର । ବସ୍ତି ଅଞ୍ଚଳଟି ଇଡକୋ ଜାଗାରେ ଥିବାରୁ ସମସ୍ତଙ୍କୁ ଘର ଖାଲି କରିବାକୁ ନୋଟିସ ଜାରି ହୋଇଛି ।ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁବାଷ ସିଂ । ଇଡ଼କୋ CMCକୁ ନ ଜଣାଇ ନୋଟିସ ଜାରି ରହିଛି । CMCଙ୍କ ବିନା ଅନୁମତିରେ ବସ୍ତି ଉଛେଦ ହୋଇ ପାରିବ ନାହିଁ ବୋଲି କହିଛନ୍ତି ମେୟର ସୁବାସ ସିଂ ।

ଆସନ୍ତା ୧୦ ତାରିଖ ସୁଦ୍ଧା ଜାଗା ଖାଲି କରି ଛାଡିବାକୁ କୁହାଯାଇଛି। ଯଦି ଏହି ସମୟରେ ଘର ଖାଲି ନକରାଯାଏ । ତେବେ ଆସନ୍ତା ମଙ୍ଗଳବାର ଦିନ ଇଡକୋ ଜମିରେ ଥିବା ବେଆଇନ ନିର୍ମାଣ ଗୁଡ଼ିକୁ ଉଚ୍ଛେଦ କରାଯିବ।

Related Posts