ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଲେ ସ୍ଥଳ ସେନାଧ୍ୟକ୍ଷ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଲେ ସ୍ଥଳ ସେନାଧ୍ୟକ୍ଷ ମନୋଜ ପାଣ୍ଡେ । ସେପଟେ ଜେନେରାଲ୍ ମନୋଜ ପାଣ୍ଡେ ଗତ ଶନିବାର ସ୍ଥଳ ସେନା ଅଧ୍ୟକ୍ଷ ଭାବେ କାର‌୍ୟ୍ୟଭାର ଗ୍ରହଣ କରିଛନ୍ତି । ଏହି ନିଯୁକ୍ତି ପରେ ସେ ପ୍ରଥମ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଛନ୍ତି। ଜେନେରାଲ ମନୋଜ ପାଣ୍ଡେ ପୂର୍ବତନ ସ୍ଥଳସେନା ଅଧ୍ୟକ୍ଷ ମନୋଜ ମୁକୁନ୍ଦ ନରୱଣେଙ୍କ ସ୍ଥାନ ଅଧିକାର କରିଛନ୍ତି। ସେ ସାମରିକ ବିଭାଗର ଇଞ୍ଜିନିୟର୍ସ କର୍ପସର ପ୍ରଥମ ଅଧିକାରୀ ଯିଏକି ସ୍ଥଳ ସେନାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ସ୍ଥଳ ସେନା ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ସେ କହିଛନ୍ତି ମୋ ପାଇଁ ଏହା ଗର୍ବର ବିଷୟଯେ ମୋତେ ସ୍ଥଳ ସେନାର ନେତୃତ୍ୱ ନେବାପାଇଁ ଦାୟିତ୍ୱ ଦିଆଯାଇଛି ଯାହାକୁ ମୁଁ ବିନମ୍ର ଭାବେ ସ୍ୱୀକାର କରୁଛି।

ଭାରତୀୟ ସେନାର ଏକ ଗୌରବମୟ ଇତିହାସ ରହିଛି ଯାହାକି ଦେଶର ସୁରକ୍ଷା ଓ ଅଖଣ୍ଡତା ବଜାୟ ରଖିବା କାର‌୍ୟ୍ୟରେ ଉଲ୍ଲେଖନୀୟ କାମ କରୁଛି । ସେ କହିଛନ୍ତି ଭୂ-ରାଜନୈତିକ ସ୍ଥିତି ଏବେ ଦୃତ ଗତିରେ ବଦଳିବା ସହିତ ଆମ ସାମ୍ନାରେ ଅନେକ ଆହ୍ୱାନ ରହିଛି । ଭାରତୀୟ ସେନାର କର୍ତ୍ତବ୍ୟ ହେଉଛି ଏହା ସମସ୍ତ ସହଯୋଗୀ ସେବାଗୁଡ଼ି ସହିତ ସମନ୍ୱୟ ରଖି କୌଣସିବି ଆହ୍ୱାନର ମୁବକାବିଲା କରିବା ପାଇଁ ପ୍ରସ୍ତୁତ ରହିବା। ମୁଁ ମୋର ପୂର୍ବବର୍ତ୍ତୀମାନଙ୍କର କାମକୁ ଆଗକୁ ବଢ଼ାଇବା ପାଇଁ ଚେଷ୍ଠା କରିବି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts