ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଉପରେ ଖପ୍ପା ବାବୁଲ ସୁପ୍ରିୟୋ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଉପରେ ଖପ୍ପା ଅଛନ୍ତି ବାବୁଲ ସୁପ୍ରିୟୋ | ପଶ୍ଚିମବଙ୍ଗ ଉପନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହେବାକୁ ନେଇ ଦୁଇ ସପ୍ତାହରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଶପଥ ନେଇପାରୁନାହାନ୍ତି ବାବୁଲ ସୁପ୍ରିୟୋ । ଟିଏମ୍‌ସିରୁ ବିଧାୟକ ହୋଇ ବି ବାବୁଲଙ୍କ ଶପଥ ପାଠ ଏ ଯାଏଁ ହୋଇନାହିଁ । ଏନେଇ ସେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଦାୟୀ କରିଛନ୍ତି |

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାବୁଲ ସୁପ୍ରିଓ କହିଛନ୍ତି ଯଦି ରାଜ୍ୟପାଳ ଜଗଦୀପ ଧନକର ଦୟାଳୁ ହୋଇଥାନ୍ତେ ତେବେ ଶପଥ ଗ୍ରହଣ ସମସ୍ୟା ଏଡାଇ ଯାଇପାରିଥାନ୍ତ । ‘ମୁଁ ତାଙ୍କ ଟ୍ବିଟ ଦେଖିଛି । ମୋର ବାଚସ୍ପତିଙ୍କୁ ଲେଖିବାର କୌଣସି ଆବଶ୍ୟକତା ନାହିଁ। ମୁଁ କ’ଣ କରିବି? ମୁଁ ଶପଥ ଗ୍ରହଣ କରିବାକୁ ରାଜ୍ୟପାଳଙ୍କୁ ଲେଖିବି କି ବୋଲି କହିଛନ୍ତି ବାବୁଲ । ସେ ଆହୁରି କହିଛନ୍ତି, ମୁଁ ଜାଣେ ନାହିଁ ଯେ ସମ୍ବିଧାନରେ ଉଲ୍ଲେଖ ଅଛି କି ରାଜ୍ୟପାଳ ଏବଂ ବାଚସ୍ପତି କିମ୍ବା ଉପ ବାଚସ୍ପତିଙ୍କ ମଧ୍ୟରେ ଚିଠି ସର୍ବସାଧାରଣ ଆଗକୁ ଅଣାଯାଇପାରିବ କି ନାହିଁ । ଉପ ବାଚସ୍ପତି ଯାହା କହିଛନ୍ତି ତେଣୁ ବାଚସ୍ପତି ବୋଧହୁଏ ତାଙ୍କୁ ଦାୟିତ୍ବ ଦେଇଥିବା କହିଛନ୍ତି ବାବୁଲ ସୁପ୍ରିୟୋ ।ବାବୁଲ ସୁପ୍ରିୟୋଙ୍କ ଶପଥ ଗ୍ରହଣ ପାଇଁ ଧାରା ୧୮୮ରେ ଥିବା କ୍ଷମତାର ପ୍ରୟୋଗ କରି ରାଜ୍ୟପାଳ ଜଗଦୀପ ଧନଖଡ ପଶ୍ଚିମବଙ୍ଗ ବିଧାନସଭାର ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କୁ ନିଯୁକ୍ତ କରିଛନ୍ତି । ହେଲେ ଏଯାଏଁ ବାବୁଲ ସୁପ୍ରିୟୋ ଶପଥ ଗ୍ରହଣ କରି ନାହାନ୍ତି । ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା କୋଲ୍ଡ ୱାର୍‌ର ପାଇଁ ଏପରି ସମସ୍ୟା ଉପୁଜିଥିବା ଅନୁମାନ କରାଯାଉଛି । ରାଜ୍ୟପାଳଙ୍କ ନିଷ୍ପତ୍ତିରେ ଦୁଃଖ ପ୍ରକାଶ କରିଥିଲେ ବାବୁଲ ସୁପ୍ରିୟୋ ।

ସମ୍ବିଧାନର ନିୟମ ଅନୁସାରେ ରାଜ୍ୟପାଳ ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇଥାନ୍ତି । ବାବୁଲ ସୁପ୍ରିୟୋଙ୍କୁ ପୂର୍ବରୁ ଶପଥ ଦେବା ପାଇଁ ରାଜ୍ୟପାଳଙ୍କ ପାଖକୁ ଫାଇଲ୍‌ ଯାଇଥିଲା । ହେଲେ ରାଜ୍ୟପାଳ ଜଗଦୀପ ଧନଖର ଫାଇଲ୍‌କୁ ଫେରାଇ ଦେଇଥିଲେ । ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଆସନସୋଲ ଆସନରୁ ବାବୁଲ ସୁପ୍ରିୟୋ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ପଦ ଯିବା ପରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ | ପରେ ଟିଏମ୍‌ସିରେ ଯୋଗ ଦେଇଥିଲେ । ପରେ ଟିଏମସି ପକ୍ଷରୁ ତାଙ୍କୁ ବାଲିଗଞ୍ଜ ଉପନିର୍ବାଚନ ପାଇଁ ଟିକେଟ ମିଳିଥିବା ବେଳେ, ସେ ସିପିଆଇଏମର ସାଇରା ଶାହା ହାଲିମ ଏବଂ ବିଜେପିର କେୟା ଘୋଷଙ୍କୁ ହରାଇ ବିଧାୟକ ଭାବେ ବିଜୟୀ ହୋଇଥିଲେ |

Related Posts