ସ୍କୁଲ ପରିସରରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା; ଜାତିଭେଦ ସାଜିଲା ଆତ୍ମହତ୍ୟାର କାରଣ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ସ୍କୁଲ ପରିସରରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । । ଜାତି ଭେଦ ପାଇଁ ଉଭୟ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ଆତ୍ମହତ୍ୟା କରିଥିବା ୨ ଜଣ ପୁଅ ଝିଅ ନାବାଳିକା ଓ ନାବାଳକ। ସେପଟେସ୍କୁଲର ବାରଣ୍ଡାରେ ରହିଥିବା ଆର୍ଜବେଷ୍ଟରେ ଝୁଳନ୍ତା ଅବସ୍ଥାରେ ଉଭୟ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର ହୋଇଛନ୍ତି । ଏ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ସଦର ଥାନା ଅନ୍ତର୍ଗତ ସଂଖତ୍ରସ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ । ତେବେ ଏହାର କାରଣ କେବଳ ଯେ ଜାତି ଭେଦ ନାଁ ଆଉ କିଛି ରହିଛି ସେ ନେଇ ପୋଲିସର ତଦନ୍ତ ଜାରୀ ରହିଛନ୍ତି ।

ତେବେ ମୃତ୍ୟୁବରଣ କରିଥିବା ପୁଅ ଘର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଉଭୟ ପୁଅ ଓ ଝିଅ ଦୀର୍ଘ ମାସ ହେଲା ପ୍ରେମ କରୁଥିଲେ । ମାତ୍ର ଉଭୟଙ୍କ ମଧ୍ୟରେ ଜାତି ଭେଦକୁ ନେଇ ଦେଖା ଦେଇଥିବା ବିବାଦର ଘଟିଲା କୁପରିଣତି । ଝିଅ ପରିବାର ଉଚ୍ଚ ଜାତି ହୋଇଥିବାରୁ ସେମାନେ ଏହି ସମ୍ପର୍କ କୁ ବିରୋଧ କରି ଆସୁଥିଲେ । ଶେଷରେ ଝିଅ ଘର ଲୋକେ ଉଭୟଙ୍କୁ ହତ୍ୟା କରିଥିବା ନେଇ ପୁଅର ମାଆ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଝିଅର ପରିବାର ଲୋକେ କିଛି ଜାଣି ନ ଥିବା କହିଛନ୍ତି । ଘଟଣାର ତଦନ୍ତ ହେଲେ ପ୍ରକୃତ କଥା ଜଣାପଡ଼ିବ ବୋଲି ଝିଅର ବାପା କହିଛନ୍ତି । ଘଟଣାରେ କଟକ ସଦର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ପୋଷ୍ଟମଟମ ରିପୋର୍ଟ ଓ ସାଇଟିଫିକ ଟିମର ରିପୋର୍ଟ ମିଳିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବବୋଲି କହିଛନ୍ତି ଏସ ସି ପି ଚନ୍ଦନ ଘଡେଇ ।ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରୁଛି ।

Related Posts