ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ମେ’ ୧ରେ ପୁରୀ ଗସ୍ତ କରିବ ଏଏସଆଇ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ ସାରା ରାଜ୍ୟରେ ବିରୋଧ ପ୍ରଦର୍ଶନ ଚାଲିଛି । ଏହା ମଧ୍ୟରେ ଏଏସଆଇର ଏକ ଟିମ ମେ’ ୧ ତାରିଖରେ ପୁରୀ ଗସ୍ତ କରିବେ ବୋଲି ସୂଚନା ମିଳିଛି । ସେଠାରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲିଦେଖିବ। ସେପଟେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ସଂସ୍ଥା (ଏଏସ୍ଆଇ)ର ବିନା ଅନୁମତିରେ ପରିକ୍ରମା ପ୍ରକଳ୍ପ ପାଇଁ ଖନନ ଓ ନିର୍ମାଣ କାମ ଚାଲିଥିବା ଅଭିଯୋଗ ହୋଇଆସୁଛି। ଏନେଇ କିଛି ଦିନ ହେଲା ବିବାଦ ଚାଲିଛି। ଏ ସଂପର୍କରେ ଦିଲ୍ଲୀପ କୁମାର ବରାଳ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା କରିଥିଲେ।

ଏପ୍ରିଲ ୮ ତାରିଖରେ ମାମଲାର ଶୁଣାଣି କରି ମେ ୧୬ ତାରିଖକୁ ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଥିଲେ କୋର୍ଟ । ଏହାରି ଭିତରେ ନିର୍ମାଣ ସ୍ଥାନର ଏଏସଆଇ ଯୁଗ୍ମ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରେ ମାମଲାର ତ୍ୱରିତ ଶୁଣାଣି ପାଇଁ ଆବେଦନକାରୀ ଅନୁରୋଧ କରିବା ପରେ ପୁଣି ମେ ୯ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ଏହାର ୨ ଦିନ ପୂର୍ବରୁ ଅର୍ଥାତ ମେ ୭ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ତେଣୁ କୋର୍ଟଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ପରିକ୍ରମା ଅଂଚଳ ପରିଦର୍ଶନରେ ଯାଉଛି ଏଏସଆଇ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts