ବେଆଇନ ହେଉ କି ଆଇନରେ ହେଉ ପ୍ରଶାସନ ସବୁ ବୁଝିକି କାମ କରୁଛି: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ସେପଟେ ବାରମ୍ବାର ବାରଣ ସତ୍ତ୍ୱେ ପ୍ରଶାସନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାର ନାଁ ଧରୁ ନାହିଁ । ଏହା ମଧ୍ୟରେ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଅପରାଜିତା କେବଳ ସୋ’ ବାଜି କରୁଛନ୍ତି। ଅପରାଜିତାଙ୍କୁ ତାଙ୍କ ଦଳରେ କେହି ସମର୍ଥନ କରୁନାହାନ୍ତି। ସରକାରୀ ଅଧିକାରୀ ମନା କରିବା ସତ୍ତ୍ବେ ତାଙ୍କର ପୁରୀ ଯିବା ଉଚିତ୍ ନଥିଲା।

ସେ କେବଳ ନିଜର ପ୍ରଚାର ପ୍ରସାର କରିବାକୁ ଚାହୁଁଛନ୍ତି। ଅପରାଜିତା ରାଜନୀତିକୁ ନୂଆ ଆସିଛନ୍ତି, ସୋ’ ବାଜି ଯଦି କରିବେ ସେ ତିଷ୍ଠି ପାରିବେନି। ବେଆଇନ ହେଉଛି କି ଆଇନ୍ ଭାବେ ହେଉଛି ତାହା ପ୍ରଶାସନ ବୁଝିସୁଝି କରୁଛି। ନବୁଝି କୌଣସି କାର‌୍ୟ୍ୟ ହେଉନି। ସେବାୟତ ଓ ଗଜପତି ଠିକ୍ କାର‌୍ୟ୍ୟ ହେଉଛି ବୋଲି କହୁଛନ୍ତି। କିନ୍ତୁ ଏକା ଅପରାଜିତା‌ କହୁଛନ୍ତି ଭୁଲ୍ ହେଉଛି। ତାଙ୍କ ସହ ଦଳ ନାହିଁ କି ଦଳ ତାଙ୍କୁ ସମର୍ଥନ କରୁନଥିବା ତାଙ୍କ ଦଳୀୟ ନେତା କହୁଛନ୍ତି ବୋଲି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts