ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା: ସ୍ଥିତି ତଦାରଖ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା |
ସକାଳ ୮ ଟାରୁ ଆରମ୍ଭ ହୋଇଥିବା ପରୀକ୍ଷା ସକାଳ ୧୦ ଟାରେ ସରିଛି | ଗତ ଦୁଇ ବର୍ଷ ପରେ ପରୀକ୍ଷା କେନ୍ଦ୍ରରେ ବସି ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ | ତେବେ କିପରି ଚାଲିଛି ପରୀକ୍ଷା ଓ ହିଟ ଓ୍ବେଭକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି କି ନାହିଁ ତାର ତଦାରଖ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଭୁବନେଶ୍ବର ୟୁନିଟ 1 ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ପରୀକ୍ଷା କେନ୍ଦ୍ର ବୁଲି ପିଲାମାନଙ୍କର ପରୀକ୍ଷା ପାଇଁ ହୋଇଥିବା ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କଲେ ମନ୍ତ୍ରୀ । ପ୍ରଶ୍ନପତ୍ର ସଠିକ୍ ସମୟରେ ଦିଆଯାଇଛି ଓ ଶୃଙ୍ଖଳାର ସହ ପରୀକ୍ଷା ଚାଲିଛି । ଏହାସହ ହିଟ୍ ଓ୍ବେବ ପାଇଁ ପାନୀୟ ଜଳ ଏବଂ ORS ଦିଆଯାଉଛି । ପିଲାମାନେ ଭଲ ଫଳ କରିବେ ମୁଁ ଆଶାବାଦୀ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ । ଏପଟେ ୟୁନିଟ 1 ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସଂଗୀତା ପଣ୍ଡା କହିଛନ୍ତି ଯେ, ଠିକ ସମୟରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ ଏବଂ କିଛି ପିଲା ଅନୁପସ୍ଥିତ ରହିଛନ୍ତି । କେନ୍ଦ୍ରରେ ସମସ୍ତ ବ୍ୟବସ୍ଥା କରାଯାଇଛି।

ସୂଚନାଅନୁସାରେ, ସକାଳ ୮ ରୁ ୧୦ ଯାଏଁ ପରୀକ୍ଷା ହୋଇଛି । ଚଳିତ ବର୍ଷ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ମଇ 10 ଯାଏ ଚାଲିବ ପରୀକ୍ଷା । ପ୍ରଥମ ଦିନରେ ଇଂରାଜୀ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ ,୬୫ ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଗଠନ ହୋଇଛି ।

Related Posts