ଦୁନିଆକୁ ଜଣାନ୍ତୁ ଆମେ କିଏ; ଆମକୁ ଦୁନିଆଠୁ ଅନୁମତି ନେବାର ଆଉ ଆବଶ୍ୟକ ନାହିଁ: ଏସ ଜୟଶଙ୍କର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତକୁ ଆଉ କାହାରି ପରାମର୍ଶର ଆବଶ୍ୟକତା ନାହିଁ । ଏମିତି ରୋକ୍ ଠୋକ୍ କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ରାୟସିନା ଡାଏଲଗରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଉକ୍ତ ଦେଶ କିଏ ଭାବି ଦୁନିଆକୁ ଖୁସି ରଖିବା ଜାଗାରେ ଆମକୁ ଏହି ଆଧାରରେ ଦୁନିଆ ସହ ସଂପର୍କ ରଖିବାକୁ ପଡିବ ଯେ, ଆମେ କିଏ ? ଦୁନିଆକୁ ଜଣାନ୍ତୁ ଆମେ କିଏ ଏବଂ ଆମେ ଦୁନିଆଠୁ ଅନୁମତି ନେବାର ସମୟ ଆଉ ନାହିଁ। ଆଗାମୀ ୨୫ ବର୍ଷରେ ଭାରତ ବୈଶ୍ଵିକକରଣର କେନ୍ଦ୍ର ହେବ ବୋଲି ଜୟଶଙ୍କର କହିଛନ୍ତି। ଭାରତର ୭୫ ବର୍ଷ କାର୍ୟ୍ୟକ୍ରମରେ ବିଦେଶ ମନ୍ତ୍ରୀ କହିଛନ୍ତି, ଯେବେ ଆମେ ୭୫ ବର୍ଷକୁ ପଛକୁ ଫେରି ଦେଖୁ ତେବେ ଆମେ କେବଳ ବିଗତ ୭୫ ବର୍ଷରେ କଣ ଘଟିଛି ତାହା ଦେଖୁନାହୁଁ ବରଂ ଆଗାମୀ ୨୫ ବର୍ଷ ଦେଖିଥାଉ ଯାହା ଆସିବାକୁ ଯାଉଛି। ଆମେ ଗୋଟିଏ ଜିନିଷ ଦୁନିଆକୁ ଜଣାଇବାରେ ସଫଳ ହେଲୁ ଯେ, ଭାରତ ଏକ ଗଣତାନ୍ତ୍ରିକ ଦେଶ। ଆଜିର ସମୟରେ ଏହା ସତ୍ୟ ଯେ, ଗଣତନ୍ତ୍ର ହିଁ ଆଗାମୀ ଭବିଷ୍ୟତ।

ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଜୟଶଙ୍କର କହିଛନ୍ତି, ଯୁଦ୍ଧ ରୋକିବାର ସବୁଠୁ ସହଜ ଏବଂ ପ୍ରଭାବୀ ଉପାୟ ହେଉଛି ଦୁଇ ଦେଶ ଆଲୋଚନାର ଟେବୁଲକୁ ଆସନ୍ତୁ, ଏକାଠି ବସି ଆଲୋଚନା କରନ୍ତୁ।ରୁଷ ସହ ବାଣିଜ୍ୟକୁ ନେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଅର୍ଡର ଦେଉଥିଲେ ଏବେ ଏସିଆରେ ସେମାନଙ୍କୁ ଚ୍ୟାଲେଞ୍ଜ ମିଳିବା ଆରମ୍ଭ ହୋଇଯାଇଛି। ରୁଷ ସହିତ କାରବାରକୁ ନେଇ ୟୁରୋପଠୁ ଆମକୁ ପରାମର୍ଶ ମିଳିଛି ଯେ, ରୁଷ ସହ କାରବାର କରନ୍ତୁ ନାହିଁ।ଏଠି ଜାଣି ରଖିବା ଉଚିତ୍ ଯେ, ଆମେ କାହାକୁ ପରାମର୍ଶ ଦେଉ ନାହିଁ। ୟୁରୋପକୁ ଟାର୍ଗେଟ୍ କରି ବୈଦେଶିକ ମନ୍ତ୍ରୀ କହିଛନ୍ତି, ୟୁରୋପ ସେହି ସମୟରେ ଅସମ୍ବେଦନଶୀଳ ଥିଲା, ଯେତେବେଳେ ବେଜିଂ ଏସିଆକୁ ଧମକାଉ ଥିଲା। ଜୟଶଙ୍କର କହିଛନ୍ତି, ୟୁରୋପ ପାଇଁ ଏହା ଜାଗ୍ରତ ହେବାର ସମୟ ଯେ, ସେ ଏସିଆ ଆଡକୁ ଚାହିଁକି ଦେଖୁ। ଏସିଆ ଦୁନିଆର ମଧ୍ୟ ଏକ ଅଂଶ, ଯେଉଁଠି ଅସ୍ଥିର ସୀମା ଏବଂ ଆତଙ୍କବାଦ ପରି ସମସ୍ୟା ରହିଛି। ଦୁନିଆକୁ ବୁଝିବାକୁ ପଡିବ ଯେ, ସମସ୍ୟା ଆସିବାର ନାହିଁ ବରଂ ସମସ୍ୟା ଆସି ସାରିଛି।

Related Posts