କରାଚୀରେ ଭୟଙ୍କର ବିସ୍ଫୋରଣ ଘଟଣା: ବିସ୍ଫୋରଣ ଘଟାଇଥିବା ଆତ୍ମଘାତି ମହିଳା ଆତଙ୍କବାଦୀଙ୍କ ବିଷୟରେ ଜାଣିଲେ ଉଡ଼ିଯିବ ହୋସ

ଇସ୍‌ଲାମାବାଦ: ଆତଙ୍କବାଦୀ ସଂଗଠନ ମୁଖ୍ୟତଃ ନିଜ ସଙ୍ଗଠନରେ କମ୍ ପଢୁଆ ଓ ଯୁବ ବୟସର ପିଲାମାନଙ୍କୁ ନିଜ ଦଳରେ ସାମିଲ୍ କରିଥାନ୍ତି । ତାଙ୍କ ମନରେ ଆକ୍ରୋଶ ମୂଳକ ଭାବନା ଜାଗ୍ରତ କରି ବଡ଼ ବଡ଼ ହିଂସା ଘଟାଇଥାନ୍ତି । ତାଙ୍କ ବ୍ରେନ୍ ୱାସ୍ କରି ତାଙ୍କୁ ମରଣ ମୁହଁକୁ ଠେଲି ଦିଅନ୍ତି।

ହେଲେ ନିକଟରେ ଇସ୍‌ଲାମାବାଦ୍‌ରେ ହୋଇଥିବା ଆତ୍ମଘାତି ଆକ୍ରମଣରେ ଯାହା ନାଁ ସାମ୍ନାକୁ ଆସିଛି ତାଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଏଥିସହ ତାଙ୍କ ବିଷୟରେ ଜାଣିଲେ ଆପଣ ବିସ୍ମିତ ହୋଇପଡିବେ ।

ସୂଚନାଯୋଗ୍ୟ, ଗତକାଲି କରାଚୀରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୩ ଜଣ ଚାଇନା ନାଗରିକ ଥିଲେ। ଜଣେ ଉଚ୍ଚଶିକ୍ଷିତା ଓ ଦୁଇଟି ପିଲାର ମାଆ ଆତ୍ମଘାତି ମହିଳା ଆତଙ୍କବାଦୀ ଏହି ବିସ୍ଫୋରଣ ଘଟାଇଛନ୍ତି। ଏହି ୩୦ ବର୍ଷୀୟା ମହିଳା ଆତଙ୍କବାଦୀ ଜଣଙ୍କ ଜୁଲୋଜୀର ଏମ୍‌ଏସ୍‌ସି ପାସ୍ କରିଛନ୍ତି। ତା ସହିତ ଦୁଇଟି ପିଲାର ମାଆ ହୋଇଥିବା ବେଳେ ସେ ଜଣେ ଡାକ୍ତରଙ୍କ ପତ୍ନୀ ମଧ୍ୟ। ଆତ୍ମଘାତି ମହିଳାଙ୍କ ଶିକ୍ଷାଗତ ଯୋଗ୍ୟତା ଓ ପରିହାର ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଲେ ନା ?

ଏବେ ଜାଣନ୍ତୁ ପୂରା ଘଟଣା…..

ଆତ୍ମଘାତି ମହିଳା ଆତଙ୍କବାଦୀ ହେଲେ ଶହରି ବଲୋଚ। ତାଙ୍କ ଘର ବଲୋଚିସ୍ତାନ ଟୁରବତର ନିଆଜର ଅବାଦରେ। ସେ ଏମ୍‌ଫିଲ୍‌ ପାଇଁ ପଢ଼ୁଥିବା ବେଳେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଆଫଗାନିସ୍ତାନରେ ଥିବା ଆତଙ୍କୀ ସଂଗଠନ ବଲୋଚିସ୍ତାନ ଲିବରେସନ ଆର୍ମୀ(ବିଏଲ୍ଏ) ଏହି ସୂଚନା ଦେଇଛି।

ଦୁଇ ବର୍ଷ ପୂର୍ବେ ଶହରୀ ବଲୋଚ ବିଏଲ୍‌ର ସେଲ୍ଫ ସାକ୍ରିଫାୟସ ସ୍କାର୍ଡ(ବଳିଦାନ ଦେବାକୁ ଉଦ୍ଦିଷ୍ଟ ଟିମ୍) ମଜୀଦ ବ୍ରିଗେଡ୍‌ରେ ଯୋଗ ଦେଇଥିଲେ। ତେବେ ତାଙ୍କର ଦୁଇଟି ପିଲା ଥିବାରୁ ବିଏଲ୍‌ଏ ତାଙ୍କୁ ଏହି ଗ୍ରୁପ୍‌ରେ ବାହାରି ଯିବାକୁ ବିକଳ୍ପ ଦେଇଥିଲା। ହେଲେ ସେ କିନ୍ତୁ ଏହାକୁ ମନା କରିଦେଇଥିଲେ ବୋଲି ବିଏଲ୍‌ଏ ସୂଚନା ଦେଇଛି। ମଜୀଦ ବ୍ରିଗେଡ୍ ବର୍ତ୍ତମାନ ଚୀନ ନାଗରିକଙ୍କ ରକ୍ତ ପିପାଶୁ ହୋଇ ଉଠିଛି। ଚୀନ୍‌ର ପାକିସ୍ତାନ ଓ ବଲୋଚୀନ ସ୍ତାନ ଉପରେ ନଜର ରହିଥିବାରୁ ଚୀନ ନାଗରିକମାନଙ୍କୁ ଖୋଜି ଖୋଜି ହତ୍ୟା କରୁଛି ଏହି ଆତଙ୍କୀ ସଂଗଠନ।

କରାଚୀ ଆତ୍ମଘାତି ଆକ୍ରମଣ ପରେ ବିଏଲ୍‌ଏ ପ୍ରତିକ୍ରିୟା ଜାରି କରି କହିଛି ” ବଲୋଚ ଲିବରେସନ ଆର୍ମି ମଜୀଦ ବ୍ରିଗେଡ୍ ମଙ୍ଗଳବାର ଚୀନ ଅଧିକାରୀମାନଙ୍କୁ ଟାର୍ଗେଟ୍ କରି କରାଚୀରେ ବିସ୍ପୋରଣ କରିଛି। ଏହି ଆକ୍ରମଣରେ ହୁଆଙ୍ଗ ଗୁପିଂ, ଡିଙ୍ଗ ମୁଫାଙ୍ଗ ଏବଂ ଚେନ ସାଇଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ୱାଙ୍ଗ ୟୁକିଙ୍ଗ ଏବଂ ସେମାନଙଅଖର ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।” ଏହାପରେ ବିସ୍ଫୋରଣ ପରେ ମିସନ ସଫଳ ହୋଇଛି ବୋଲି କହିବା ସହିତ ବିଏଲ୍‌ଏ ଶହରୀ ବୋଲିଚଙ୍କ ବିଷୟରେ ସୂଚନା ଦେଇଥିଲା ।

Related Posts