ଆଇଏମଏସ ଇଞ୍ଜିନିୟରିଂ କଲେଜରେ ଅଚାନକ ଭୁଶୁଡ଼ିଲା ଲିଫ୍ଟ; ତଳେ ପଡ଼ି ଆହତ ହେଲେ ୮ ଛାତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଇଏମଏସ ଇଞ୍ଜିନିୟରିଂ କଲେଜରେ ଅଚାନକ ଭୁଶୁଡ଼ିଲା ଲିଫ୍ଟ । ଏହି ଘଟଣାରେ ୮ ଜଣ ଛାତ୍ର ଆହତ ହୋଇଥିବାର ସୂଚନା ମିଳିଛି । ସେପଟେ ଉତ୍ତରପ୍ରଦେଶର ଗାଜିଆବାଦର ଇଞ୍ଜିନିୟରିଂ କଲେଜରେ ଏହି ଅଘଟଣ ଘଟିଛି। କଭିନଗରରେ ଥିବା ଗାଜିଆବାଦ ଆଇଏମସ କଲେଜ ପରିସରରେ ଏହି ଦୁର୍ଘଟଣା ଘଟିଛି। ଉକ୍ତ କଲେଜର ଗୋଟିଏ ବିଲଡିଂର କିଛି ପିଲା ଏଲିଭେଟର ଯୋଗେ ଉପର ମହଲାକୁ ଯାଉଥିବା ବେଳେ ହଠାତ୍‌ ଏହା ଭୁଶୁଡ଼ି ପଡ଼ିଥିଲା।

ଫଳରେ ୮ ଜଣ ତଳେ କଡ଼ାଡ଼ି ହୋଇ ଆହତ ହୋଇଛନ୍ତି। ଖବର ପାଇ କଲେଜ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଛନ୍ତି। ଆହତ ୮ ଜଣଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ କଲମ୍ବିଆ ଏସିଆ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ଏହି ଘଟଣା ଘଟିଳା ତାର ତଦନ୍ତ ଜାରି ରହିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts