ବିଜେପି ନେତା କିରିଟ ସୋମାୟାଙ୍କୁ ଆକ୍ରମଣ ଘଟଣା: ଶିବସେନା ନେତା ଙ୍କ ସମେତ 4 ଗିରଫ

ମୁମ୍ୱାଇ : ପୂର୍ବ ଶନିବାର ବିଜେପି ନେତା ତଥା ପୂର୍ବତନ ଲୋକସଭା ସାଂସଦ କିରିଟ ସୋମାୟାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ହାତରେ ଲାଗିଲେ ଅଭିଯୁକ୍ତ । ଏହି ଘଟଣାରେ ତଦନ୍ତ କରି ମୁମ୍ବାଇ ପୋଲିସ ସୋମବାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ଶିବସେନା ନେତା ଓ ମୁମ୍ବାଇର ପୂର୍ବତନ ମେୟର ବିଶ୍ୱନାଥ ମହାଦେଶ୍ୱର ମଧ୍ୟ ସାମିଲ ଅଛନ୍ତି। ପୂର୍ବ ଶନିବାର ସେ ଯେତେବେଳେ ସାଂସଦ ନବନୀତ ରାଣା ଓ ବିଧାୟକ ରବି ରାଣାଙ୍କୁ ଭେଟିବା ପାଇଁ ଖାର ଥାନାକୁ ଯାଇଥିଲେ, ସେଠାରୁ ଫେରିବା ବେଳେ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରାଯାଇଥିଲା।

ସୋମାୟାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ କେନ୍ଦ୍ରୀୟ ଗୃହମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ। ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓ ଗୃହ ସଚିବ ଅଜୟ ଭଲ୍ଲାଙ୍କୁ ମଧ୍ୟ ନେତାମାନେ ସାକ୍ଷାତ କରିଥିଲେ। ଏହା ପରେ ସୋମାୟାଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଗୃହମନ୍ତ୍ରଣାଳୟର ଅଧିକାରୀଙ୍କୁ ଭେଟିବା ପରେ ସୋମାୟା ଟୁଇଟ କରି କହିଥିଲେ ନିତ୍ୟାନନ୍ଦ ରାୟ ବିଜେପିର ପ୍ରତିନିଧି ମଣ୍ଡଳିଙ୍କୁ ଆଶ୍ୱାସନା ଦେଇଛନ୍ତି ସେ ନିହାତି ପଦକ୍ଷେପ ଗ୍ରହଣ କରିବେ ଓ କ୍ଷମତାର ଦୁରୁପଯୋଗ କରୁଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ସୋମାୟା ଅଭିଯୋଗ କରିଥିଲେ ପାଖାପାଖି ୧୦୦ ଜଣ ଶିବସେନା କର୍ମୀ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିବା ସହିତ ପଥର ଫିଙ୍ଗିଥିଲେ। ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦିଲ୍ଲୀପ ୱାଲସେ ପଟେଲ ସୋମାୟାଙ୍କ ଗାଡ଼ି ଉପରକୁ ପଥର ମାଡ଼ କରା ଯାଇଥିଲା ବୋଲି ସ୍ପଷ୍ଟ କରିଥିଲେ। ସେ କହିଥିଲେ ଏନେଇ ମାମଲା ରୁଜୁ କରାଯାଇଛି ଓ ଏଥିପାଇଁ ସୁନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଦିଲ୍ଲୀରେ ପହଞ୍ଚି ସୋମାୟା କହିଥିଲେ ମହାରାଷ୍ଟ୍ର ସରକାର ପୋଲିସଙ୍କୁ ଅପ ବ୍ୟବହାର କରୁଛି। ସେ କହିଥିଲେ ଉଦ୍ଧବ ସରକାର ମାଫିଆଙ୍କ ଭଳି କାମ କରୁଛି ଓ ଏଥିରେ ମୁମ୍ୱାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେ ମଧ୍ୟ ସାମିଲ ଅଛନ୍ତି। ସେ କହିଛନ୍ତି ମୋ ଉପରେ ମିଛ ଏତାଲା ଦାଖଲ କରାଯାଇଛି ।

ସୂଚନାଥାଉକି, କିରିଟ ସୋମାୟାଙ୍କ ଗାଡ଼ି ଚାଲକଙ୍କ ଉପରେ ମଧ୍ୟ ଏକ ଏତଲା ଦାଖଲ କରାଯାଇଥିଲା। ସେ ଭୁଲଢଙ୍ଗରେ ଗାଡ଼ି ଚଲାଉଥିଲେ ବୋଲି ଅଭିଯୋଗ ହୋଇଥିଲା

Related Posts