ବିହାରର ଭୋଜପୁରରେ ଭାଙ୍ଗିଲା ପାକିସ୍ତାନ ରେକର୍ଡ: ଏକାସାଙ୍ଗରେ ଉଡାଗଲା ୭୫ ହଜାର ଜାତୀୟ ପତାକା

ପାଟନା: ଇତିହାସ ରଚିଲା ଭାରତ । ଭାଙ୍ଗିଲା ପଡ଼ୋଶୀ ଦେଶ ପାକିସ୍ତାନର ରେକର୍ଡ । ଏପ୍ରିଲ ୨୩ ତାରିଖ ବା ଆଜିର ଦିନ କେବଳ ବିହାରର ଜଗଦିଶପୁର ନୁହେଁ ବରଂ ସାରା ଦେଶ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ଦେଶ । ଏହି ଦିବସରେ ବୀର କୁନୱର ସିଂହ ବିଜୟୋତ୍ସବ ପାଳନ କରାଯାଏ । ଏହି ଅବସରରେ ବିହାରର ଭୋଜପୁରରେ ଭାଙ୍ଗିଲା ପାକିସ୍ତାନ ରେକର୍ଡ । କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇ ଏହି ରେକର୍ଡ ଭାଙ୍ଗିବାର ସାକ୍ଷୀ ପାଲଟିଛନ୍ତି । ତେବେ ୨୦୧୪ରେ ପାକିସ୍ତାନ ଗୋଟିଏ ସମୟରେ ୫୭ ହଜାର ପାକିସ୍ତାନୀ ଜାତୀୟ ପତାକା ଉଡାଇ ବିଶ୍ବ ରେକର୍ଡ ସୃଷ୍ଟି କରିଥିଲା ।

ବିହାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାବୀର କୁନୱର ସିଂ ବିଜୟୋତ୍ସବରେ ପହଞ୍ଚିଥିବା ପରେ କେନ୍ଦ୍ର ଗୃହମନ୍ତ୍ରୀ କୁନୱରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତ୍ରିରଙ୍ଗା ପତାକା ଉଡାଇଥିଲେ । ଏହାପରେ ରାଷ୍ଟ୍ରୀୟ ସଙ୍ଗୀତ ଜନ ଗଣ ମନ ଗାନ କରାଯାଇଥିଲା । ଏହି ସମୟରେ ଶାହା କହିଛନ୍ତି ଯେ ଭାରତ ସରକାର ବୀର କୁନୱର ସିଂଙ୍କ ନାମରେ ଏକ ସ୍ମାରକୀ ନିର୍ମାଣ କରିବେ । ତାଙ୍କର ବୀରଗାଥା ଆଜିର ଯୁବପିଢିଙ୍କ ନିକଟରେ ପହଞ୍ଚିବା ଉଚିତ । ଏହାସହ ଭାରତ ମାତା କି ଜୟ ନାରା ଦେଇଥିଲେ ।ଏକାସାଙ୍ଗରେ ଉଡାଗଲା ୭୫ ହଜାର ଜାତୀୟ ପତାକା:- ବିହାରର ବିଜେପି ଅଧ୍ୟକ୍ଷ ଡକ୍ଟର ସଞ୍ଜୟ ଜାୟସୱାଲ କହିଛନ୍ତି ଯେ ବୀର କୁନୱର ସିଂ ବିଜୟୋତ୍ସବ ଅବସରରେ ଭୋଜପୁର ଜଗଦିଶପୁର ଦୁଲୌର ମୈଦାନରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି । ଏଠାରେ ପ୍ରାୟ ୭୭ ହଜାର ୯୦୦ଟି ଜାତୀୟ ପତାକା ଉଡାଯାଇଛି ।

Related Posts