ମନି ଲଣ୍ଡ୍ରିଙ୍ଗ ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ହେବ ଯାଞ୍ଚ; ଝାଡଖଣ୍ଡ ହାଇକୋର୍ଟଙ୍କ ନିର୍ଦେଶ

ଝାଡଖଣ୍ଡ: ମନି ଲଣ୍ଡ୍ରିଙ୍ଗ ମାମଲାରେ ଛନ୍ଦି ହୋଇଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ | ଯାହାକୁ ନେଇ ଏବେ ତାଙ୍କ ପାଇଁ ସମସ୍ୟା ବଢି ଯାଇଛି । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ତାଙ୍କ ସମସ୍ତ ସମ୍ପର୍କୀୟଙ୍କ ସମ୍ପତ୍ତିର ମଧ୍ୟ ଯାଞ୍ଚ କରିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ସୋରେନଙ୍କ ସମ୍ପତ୍ତି ଯାଞ୍ଚ ପାଇଁ ଦାଖଲ ହୋଇଥିବା ପିଟିସନ୍ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଝାଡଖଣ୍ଡ ହାଇକୋର୍ଟ ।

ହାଇକୋର୍ଟ ଶୁଣାଣି କରି ମୁଖ୍ୟମନ୍ତ୍ରୀ ହେମନ୍ତ ସେରେନ୍, ବସନ୍ତ ସୋରେନ୍, ରବି କେଜ୍ରିୱାଲ ଓ ଅମିତ ଅଗ୍ରୱାଲଙ୍କ ସହ ମୋଟ ୧୩ ଜଣଙ୍କ ସମ୍ପତ୍ତିର ଖୋଳତାଡ କରିବାକୁ କୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ରେଜିଷ୍ଟାର ଅଫ୍ କମ୍ପାନୀଜ୍ ଓ ଇଡି ମିଳିତ ଭାବେ ଯାଞ୍ଚ କରିବେ । ସୂଚନା ମୁତାବକ, ରେଜିଷ୍ଟାର ଅଫ୍ କମ୍ପାନୀଜ୍ ଏହି ମାମଲାରେ ସାମିଲ ୩୦୦ରୁ ଅଧିକ କମ୍ପାନୀର ବୈଧତାକୁ ଯାଞ୍ଚ କରି ରିପୋର୍ଟ ଦାଖଲ କରିବ । ଝାଡଖଣ୍ଡ ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ସୋରେନ୍ ପରିବାର ଏବେ ଚିନ୍ତାରେ ।

Related Posts